Tuesday, September 4, 2018

ଆପଣଙ୍କ ଆଧାର କେବେ ଆଉ କେଉଁଠି ହୋଇଛି ବ୍ୟବହାର? ଜାଣନ୍ତୁ କେବଳ ଗୋଟିଏ କ୍ଲିକରେ…

ସମସ୍ତ ସରକାରୀ ଏବଂ ବେସରକାରୀ ସେବା ଓ ଯୋଜନା ପାଇଁ ଆଧାରକାର୍ଡ ଲିଙ୍କ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସମୟରେ ଆମେ ଆମର ଅଧିକାଂଶ କାମ କରିବାକୁ ହେଲେ ଆଧାର ନମ୍ବରକୁ ବ୍ୟବହାର କରିବାକୁ ପଡୁଛି । କିନ୍ତୁ ଆପଣ ଯେମିତି ନଭୁଲନ୍ତୁ ଏଥିପାଇଁ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କି ଆପଣ ଘରେ ବସି ବି ଜାଣି ପାରିବେ କି ଆପଣଙ୍କର ଆଧାର ନମ୍ବର ଗତ ଛଅ ମାସ ମଧ୍ୟରେ କେଉଁଠି ଏବଂ କିଏ ଆଉ କେବେ ବ୍ୟବହାର ହୋଇଛି । ଏଥିସହିତ ଯଦି ଏଥିରେ ଆପଣ କୌଣସି ଗଡବଡି ଅନୁଭୋବ କରନ୍ତି ତେବେ ଏନେଇ ସିଧାସଳଖ ଭାବରେ ୟୁଆଇଡିଏଆଇ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା ।
ୟୁଆରଏଲ ରେସିଡେଂଟ ଡଟ୍ ୟୁଆଇଡିଏଆଇ ଡଟ୍ gov.in/notification-aadhaarକୁ ନିଜ ବାଉଜରରେ କପି ପେଷ୍ଟ କରନ୍ତୁ ।
ଏଠାରେ ଦର୍ଶାଯାଇଥିବା ନିଦ୍ଧାରିତ ସ୍ଥାନରେ ଆଧାର ନମ୍ବର ଏଂଟର କରିବା ପରେ ନିମ୍ନରେ ଦିଆଯାଇଥିବା ଖାଲି ସ୍ଥାନରେ ସିକ୍ୟୁରିଟି କୋଡକୁ ପୁରଣ କରିବାକୁ ହେବ ।
ଏହାପରେ ଓଟିପି ଜେନେରେଟ୍ କରିବା ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏବେ ଆପଣଙ୍କର ଆଧାର ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରେ ଓଟିପି ଆସିବ ।
ଏହାପରେ ଏଠାରେ ଯେଉଁ ପେଜ ଖୋଲିବ ତା ଦ୍ୱାରା ଅର୍ଥଟିକେସନ ଟାଇପରେ ଡ୍ରାପ ଡାଉନ ଆପଣଙ୍କୁ ‘ଅଲ’ ଅପସନକୁ ସିଲେକ୍ଟ କରିବାକୁ ହେବ ।
ନିମ୍ନରେ ଦିଆଯାଇଥିବା ସିଲେକ୍ଟ ଡେଟ ରେଂଜର ଅପସନକୁ ମଧ୍ୟରୁ ଆପଣ ସର୍ବାଧିକ ଛଅ ମାସ ମଧ୍ୟରେ ଡେଟକୁ ଚୟନ କରିପାରିବେ ।
ନମ୍ବର ଅଫ ରେକର୍ଡସ ଚୟନ କରିବା ପରେ ପେଜକୁ ସବମିଟ କରିଦିଅନ୍ତୁ । ଏବେ ହିଷ୍ଟ୍ରିକୁ ଦେଖିପାରିବେ ଏବଂ ଯଦି ଆପଣ ଏଥିରେ କିଛି ଗଡବଡି ଅନୁଭବ କରନ୍ତୁ ତେବେ ତୁରନ୍ତ ଏହାର ଅଭିଯୋଗ ୟୁଆଇଡିଏଆଇରେ ୧୯୪୭ ନମ୍ବରରେ କଲ କରି କରିପାରିବେ । Kodala Beguniapada news

#ଓଲଟିଲା #ଯାତ୍ରୀବାହି #ବସ୍:୨୦ #ରୁ #ଉଦ୍ଧ୍ୱ #ଆହତ


#ଓଲଟିଲା #ଯାତ୍ରୀବାହି #ବସ୍:୨୦ #ରୁ #ଉଦ୍ଧ୍ୱ #ଆହତ
ଭଂଜନଗର: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରସିଂ ଠାରେ ଏକ ଯାତ୍ରୀବାହି ବସ୍ ଓଲଟି ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାନୁଯାୟୀ ଗତକାଲି ରାତିରେ ଭଂଜନଗରରୁ ସୋରଡ଼ା ଅଭିମୂଖେ ଯାଉଥିବା ବରାଳ ଦେବୀ ନାମକ ଏକ ଯାତ୍ରୀବାହି ବସ୍ କୌଣସି କାରଣ ବସତଃ ବଡ଼ବୋରସିଂ ହାଇସ୍କୁଲ ନିକଟରେ ଓଲଟି ପଡ଼ିଥିଲା । ଏଥିରେ ୨୦ ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତର ବ୍ୟକ୍ତି ଜଣକ ହେଲେ ସୋରଡ଼ାର ଶିବ ମହାରଣା । ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ରେ ଭର୍ତି କରାଯାଇଛି । ସେହିଭଳି ଆହତ ମାନଙ୍କ ମଧ୍ୟରେ ସୋରଡ଼ାର ଅଖିଳ ମହାରଣା, ସିନ୍ଦିପଲ୍ଲୀର ରମେଶ ଗୌଡ଼,କୋଟିବାଡ଼ିର ଟଭି ପ୍ରଧାନ,ସୀମାରାଣୀ ଗୌଡ଼,ରାଧେଶ୍ୟାମ ଗୌଡ଼,କୁଲାଙ୍ଗି ଗ୍ରାମର ଅଶ୍ୱିନୀ କୁମାର ସ୍ୱାଇଁ ପ୍ରମୁଖ ରହିଛନ୍ତି । ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଭଂଜନଗର ହସ୍ପିଟାଲକୁ ପଠାଇଥିଲେ । ସେହିଭଳି ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ ବସ୍ ଓଲଟିବାର କାରଣ ଜଣାପଡ଼ିନଥିବା ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି
Kodala Beguniapada News

ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ

Kodala beguniapada news   6    122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ  ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...