ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା ନୃସିଂହ ମହାରଣା (୪୩)ଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ନୃସିଂହ ତାଙ୍କ ବାରିପଟେ ଥିବା ଏକ ଲାଟିନ ଟାଙ୍କିରେ ଭାରସାମ୍ୟ ହରାଇ ପଡ଼ିଥିବା ଯୋଗୁଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ରହିଥିବାବେଳେ ତାଙ୍କ ମୃତ୍ୟୁରେ ପରିବାର ଅସହାୟ ହୋଇପଡ଼ିଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Saturday, January 19, 2019
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ
Kodala beguniapada news kodala beguniapada news
6 122koଗଂଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା): ଗଂଜାମ ଜିଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ରହିଥିବା ମୁଖ୍ୟରାସ୍ତାଗୁଡ଼ିକ ବିପଦ ସଙ୍କୁଳ ଭାବେ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗ୍ରାମର ୧୨ ନଂ ୱାର୍ଡ଼ ହାଟପଡ଼ିଆ ନିକଟରେ ରହିଥିବା ଛୋଟିଆ ଶଙ୍ଖଟିରେ ପ୍ଲେଟ ଭାଙ୍ଗି ଯାଇଥିବାବେଳେ ୧୧ ନଂ ୱାର୍ଡ଼ରେ ଗାଁ ବନ୍ଧ ପୋଖରୀ ଜଳ ପ୍ରଭାବରେ ମୁଖ୍ୟ ରାସ୍ତାଟି ବିପଦ ଦେଖାଦେଇଛି । ଗତ ଏକ ବର୍ଷ ପୂର୍ବରୁ ସେଠାରେ ରାସ୍ତା ଧସେଇ ହୋଇ ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗସ୍ତ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଉକ୍ତ ପୋଖରୀ ପାଶ୍ୱର୍ରେ ଗାଡ଼ୱାଲ ଦିଆଯାଇନଥିବା ଯୋଗୁଁ ମୁଖ୍ୟରାସ୍ତା ଦୁର୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସେହିପରି ୫ ନଂ ଜାତୀୟ ରାଜପଥ ନିକଟ ଗଡ଼ିଆଣି ରାସ୍ତାଟି ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏ ନେଇ ଦୀର୍ଘ ଦିନ ଧରି ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏନଏସି କର୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିମଯୋଗ ହୋଇଛି । ଏ ନେଇ ସାମାଜିକ କର୍ମୀ ଉମାକାନ୍ତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ଟୁଡୁଙ୍କ ସହ ଯୋଗାଯୋଗ କରିବାରେ ଉକ୍ତ ସମସ୍ୟାର ତୁରନ୍ତ ପଦକ୍ଷେପ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।
Subscribe to:
Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...
-
କୋଦଳା : ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନ...
-
ବେଗୁନିଆପଡ଼ା ପରେ ଖଲ୍ଲିକୋଟ ବ୍ଲକରେ ଚାଷୀଙ୍କୁ ଅବହେଳା, ଧାନ କିଣାରେ ଦୁର୍ନୀତି, ସହାୟକ ମୂଲ୍ୟ, ବିଭିନ୍ନ ସରକାରୀ ଯୋଜନାରେ ଚାଷୀ ଅବହେଳିତ ପାଇଁ ଆଜି ଖଲ୍ଲିକୋ...
