ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା ନୃସିଂହ ମହାରଣା (୪୩)ଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ନୃସିଂହ ତାଙ୍କ ବାରିପଟେ ଥିବା ଏକ ଲାଟିନ ଟାଙ୍କିରେ ଭାରସାମ୍ୟ ହରାଇ ପଡ଼ିଥିବା ଯୋଗୁଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ରହିଥିବାବେଳେ ତାଙ୍କ ମୃତ୍ୟୁରେ ପରିବାର ଅସହାୟ ହୋଇପଡ଼ିଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
କୋଦଳା ବେଗୁନିଆପଡା ନ୍ୟୁଜ୍
ଆମ ଅଞ୍ଚଳର ସବୁ ଟିକିନିକି ଖବର ଏବେ କୋଦଳା ବେଗୁନିଅପଡ଼ା ନ୍ୟୁଜ୍ ରେ
Saturday, January 19, 2019
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ
Kodala beguniapada news kodala beguniapada news
6 122koଗଂଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା): ଗଂଜାମ ଜିଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ରହିଥିବା ମୁଖ୍ୟରାସ୍ତାଗୁଡ଼ିକ ବିପଦ ସଙ୍କୁଳ ଭାବେ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗ୍ରାମର ୧୨ ନଂ ୱାର୍ଡ଼ ହାଟପଡ଼ିଆ ନିକଟରେ ରହିଥିବା ଛୋଟିଆ ଶଙ୍ଖଟିରେ ପ୍ଲେଟ ଭାଙ୍ଗି ଯାଇଥିବାବେଳେ ୧୧ ନଂ ୱାର୍ଡ଼ରେ ଗାଁ ବନ୍ଧ ପୋଖରୀ ଜଳ ପ୍ରଭାବରେ ମୁଖ୍ୟ ରାସ୍ତାଟି ବିପଦ ଦେଖାଦେଇଛି । ଗତ ଏକ ବର୍ଷ ପୂର୍ବରୁ ସେଠାରେ ରାସ୍ତା ଧସେଇ ହୋଇ ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗସ୍ତ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଉକ୍ତ ପୋଖରୀ ପାଶ୍ୱର୍ରେ ଗାଡ଼ୱାଲ ଦିଆଯାଇନଥିବା ଯୋଗୁଁ ମୁଖ୍ୟରାସ୍ତା ଦୁର୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସେହିପରି ୫ ନଂ ଜାତୀୟ ରାଜପଥ ନିକଟ ଗଡ଼ିଆଣି ରାସ୍ତାଟି ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏ ନେଇ ଦୀର୍ଘ ଦିନ ଧରି ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏନଏସି କର୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିମଯୋଗ ହୋଇଛି । ଏ ନେଇ ସାମାଜିକ କର୍ମୀ ଉମାକାନ୍ତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ଟୁଡୁଙ୍କ ସହ ଯୋଗାଯୋଗ କରିବାରେ ଉକ୍ତ ସମସ୍ୟାର ତୁରନ୍ତ ପଦକ୍ଷେପ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।Tuesday, September 4, 2018
ଆପଣଙ୍କ ଆଧାର କେବେ ଆଉ କେଉଁଠି ହୋଇଛି ବ୍ୟବହାର? ଜାଣନ୍ତୁ କେବଳ ଗୋଟିଏ କ୍ଲିକରେ…
ସମସ୍ତ ସରକାରୀ ଏବଂ ବେସରକାରୀ ସେବା ଓ ଯୋଜନା ପାଇଁ ଆଧାରକାର୍ଡ ଲିଙ୍କ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସମୟରେ ଆମେ ଆମର ଅଧିକାଂଶ କାମ କରିବାକୁ ହେଲେ ଆଧାର ନମ୍ବରକୁ ବ୍ୟବହାର କରିବାକୁ ପଡୁଛି । କିନ୍ତୁ ଆପଣ ଯେମିତି ନଭୁଲନ୍ତୁ ଏଥିପାଇଁ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କି ଆପଣ ଘରେ ବସି ବି ଜାଣି ପାରିବେ କି ଆପଣଙ୍କର ଆଧାର ନମ୍ବର ଗତ ଛଅ ମାସ ମଧ୍ୟରେ କେଉଁଠି ଏବଂ କିଏ ଆଉ କେବେ ବ୍ୟବହାର ହୋଇଛି । ଏଥିସହିତ ଯଦି ଏଥିରେ ଆପଣ କୌଣସି ଗଡବଡି ଅନୁଭୋବ କରନ୍ତି ତେବେ ଏନେଇ ସିଧାସଳଖ ଭାବରେ ୟୁଆଇଡିଏଆଇ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା ।
ୟୁଆରଏଲ ରେସିଡେଂଟ ଡଟ୍ ୟୁଆଇଡିଏଆଇ ଡଟ୍ gov.in/notification-aadhaarକୁ ନିଜ ବାଉଜରରେ କପି ପେଷ୍ଟ କରନ୍ତୁ ।
ଏଠାରେ ଦର୍ଶାଯାଇଥିବା ନିଦ୍ଧାରିତ ସ୍ଥାନରେ ଆଧାର ନମ୍ବର ଏଂଟର କରିବା ପରେ ନିମ୍ନରେ ଦିଆଯାଇଥିବା ଖାଲି ସ୍ଥାନରେ ସିକ୍ୟୁରିଟି କୋଡକୁ ପୁରଣ କରିବାକୁ ହେବ ।
ଏହାପରେ ଓଟିପି ଜେନେରେଟ୍ କରିବା ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏବେ ଆପଣଙ୍କର ଆଧାର ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରେ ଓଟିପି ଆସିବ ।
ଏହାପରେ ଏଠାରେ ଯେଉଁ ପେଜ ଖୋଲିବ ତା ଦ୍ୱାରା ଅର୍ଥଟିକେସନ ଟାଇପରେ ଡ୍ରାପ ଡାଉନ ଆପଣଙ୍କୁ ‘ଅଲ’ ଅପସନକୁ ସିଲେକ୍ଟ କରିବାକୁ ହେବ ।
ନିମ୍ନରେ ଦିଆଯାଇଥିବା ସିଲେକ୍ଟ ଡେଟ ରେଂଜର ଅପସନକୁ ମଧ୍ୟରୁ ଆପଣ ସର୍ବାଧିକ ଛଅ ମାସ ମଧ୍ୟରେ ଡେଟକୁ ଚୟନ କରିପାରିବେ ।
ନମ୍ବର ଅଫ ରେକର୍ଡସ ଚୟନ କରିବା ପରେ ପେଜକୁ ସବମିଟ କରିଦିଅନ୍ତୁ । ଏବେ ହିଷ୍ଟ୍ରିକୁ ଦେଖିପାରିବେ ଏବଂ ଯଦି ଆପଣ ଏଥିରେ କିଛି ଗଡବଡି ଅନୁଭବ କରନ୍ତୁ ତେବେ ତୁରନ୍ତ ଏହାର ଅଭିଯୋଗ ୟୁଆଇଡିଏଆଇରେ ୧୯୪୭ ନମ୍ବରରେ କଲ କରି କରିପାରିବେ । Kodala Beguniapada news

#ଓଲଟିଲା #ଯାତ୍ରୀବାହି #ବସ୍:୨୦ #ରୁ #ଉଦ୍ଧ୍ୱ #ଆହତ
#ଓଲଟିଲା #ଯାତ୍ରୀବାହି #ବସ୍:୨୦ #ରୁ #ଉଦ୍ଧ୍ୱ #ଆହତ
ଭଂଜନଗର: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରସିଂ ଠାରେ ଏକ ଯାତ୍ରୀବାହି ବସ୍ ଓଲଟି ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାନୁଯାୟୀ ଗତକାଲି ରାତିରେ ଭଂଜନଗରରୁ ସୋରଡ଼ା ଅଭିମୂଖେ ଯାଉଥିବା ବରାଳ ଦେବୀ ନାମକ ଏକ ଯାତ୍ରୀବାହି ବସ୍ କୌଣସି କାରଣ ବସତଃ ବଡ଼ବୋରସିଂ ହାଇସ୍କୁଲ ନିକଟରେ ଓଲଟି ପଡ଼ିଥିଲା । ଏଥିରେ ୨୦ ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତର ବ୍ୟକ୍ତି ଜଣକ ହେଲେ ସୋରଡ଼ାର ଶିବ ମହାରଣା । ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ରେ ଭର୍ତି କରାଯାଇଛି । ସେହିଭଳି ଆହତ ମାନଙ୍କ ମଧ୍ୟରେ ସୋରଡ଼ାର ଅଖିଳ ମହାରଣା, ସିନ୍ଦିପଲ୍ଲୀର ରମେଶ ଗୌଡ଼,କୋଟିବାଡ଼ିର ଟଭି ପ୍ରଧାନ,ସୀମାରାଣୀ ଗୌଡ଼,ରାଧେଶ୍ୟାମ ଗୌଡ଼,କୁଲାଙ୍ଗି ଗ୍ରାମର ଅଶ୍ୱିନୀ କୁମାର ସ୍ୱାଇଁ ପ୍ରମୁଖ ରହିଛନ୍ତି । ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଭଂଜନଗର ହସ୍ପିଟାଲକୁ ପଠାଇଥିଲେ । ସେହିଭଳି ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ ବସ୍ ଓଲଟିବାର କାରଣ ଜଣାପଡ଼ିନଥିବା ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି
Kodala Beguniapada News

Monday, July 23, 2018
ମୁଣ୍ଡଳା: ଅଗ୍ନିକାଣ୍ଡ, ୨ ଦୋକାନ ୩ ଘର ଭଷ୍ମୀଭୂତ
ମୁଣ୍ଡଳା: ଅଗ୍ନିକାଣ୍ଡ, ୨ ଦୋକାନ ୩ ଘର ଭଷ୍ମୀଭୂତ
ବେଗୁନିଆପଡ଼ା ୨୩-୭ (କୋଦଳା ବେଗୁନିଆପଡା ନ୍ନ୍ୟୁଜ୍/ଲଡ଼ୁକିଶୋର ଦାଶ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଂଚାୟତର ମୁଣ୍ଡଳା ଗ୍ରାମର ନୂଆ ସାହିରେ ଅଗ୍ନିକାଣ୍ଡ। ପୂର୍ବାହ୍ନ ୯ଟା ବେଳେ ଅଚାନକ୍ ଭାବେ ଏହି ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ଘର ଓ ତିନି ଜଣଙ୍କ ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି। ଖବର ପାଇ କୋଦଳା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ପ୍ରକାରେ କୌଣସି ଏକ ଚୁଲିରୁ ନିଆଁ ବାହାରି କାଠକୁ ଲାଗିଥିଲା ପରବର୍ତ୍ତି ସମୟରେ ତାହା ଦୋକାନ ଘରକୁ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ରମେଶ ବିଶ୍ୱାଳ, ଗୋପ ପ୍ରଧାନ ଓ ପୁରୁଷୋତ୍ତମ ପ୍ରଧାନଙ୍କ ଦୋକାନ ଘର ଓ ବାସ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।
Sunday, July 1, 2018
Kodala beguniapada news
ବେଗୁନିଆପଡ଼ା : ପ୍ରେମ କରି ହୋଇଥିଲେ ଫେରାର୍... ୨ ମାସ ପରେ ମିଳିଲା ମୃତ ଦେହ।
ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଜନିତ ଯୁବକ, ଯୁବତୀ ଏପରିକି ବିବାହିତ, ବିବାହିତା ମହିଳା ଫେରାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁରୁଝୁରୀ ପଞ୍ଚାୟତ ନୂଆଁ ଗାଁ ରୁ ୨ ମାସ ତଳେ ୨ ଯୁବତୀ ଉକ୍ତ ଗ୍ରାମର ଜଣେ ଯୁବକ ଓ ମଠ ସରସିଂ ର ଏକ ଯୁବକ ମିଶି ଫେରାର ହୋଇ କଟକ ଅଞ୍ଚଳରେ ୪ ଜଣ ଏକାଠି ଏକ ଭଡ଼ା ଘରେ ରହୁଥିଲେ। ତେବେ ବୁଧବାର ଦିନ ନୂଆଗାଁ ର ଯୁବକଙ୍କ ମୃତ୍ୟୁ ଘଟିଛି। ଏହା ଏକ ସୁପରିକଳ୍ପିତ ହତ୍ଯାକାଣ୍ଡ ବୋଲି ଅନୁମାନ କରାଯାଉଥିଲା ବେଳେ କଟକ ସଦର ଥାନା ପୋଲିସ ଏବେ ତଦନ୍ତ କରୁଛି। ବେଗୁନିଆପଡ଼ାରୁ ମଧ୍ଯ ଯୁବକ ଯୁବତୀ ଫେରାର ହେଉଥିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏ ଫେରାର ଘଟଣା ପଛରେ ଏକ ବଡ଼ ରାକେଟ ସକ୍ରିୟ ଥିବା ଅନୁମାନ କରାଯାଉଛି। ଅଧିକ ଖବର ପାଇଁ ପଢୁଥାନ୍ତୁ.... ଅନୁପମ ଭାରତ।
Subscribe to:
Posts (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ। ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକ...
-
ଖଲ୍ଲିକୋଟ,ତା11/03/2018, ଖଲ୍ଲିକୋଟ ତହସିଲ ଅନ୍ତର୍ଗତ କହ୍ନେଇ ପୁର ରାଜସ୍ୱ ସର୍କଲରେ ବେଆଇନ୍ ପୋଡା ଇଟା ଭାଟି ଚାଲିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ଯୁନାଲ୍ ପୋଡା ଇଟା ...
-
.ବିବିଧତା ଓ ଅଖଣ୍ଡ ଭାରତ ମଧ୍ୟରେ ଆମେ ସମସ୍ତେ ଏକତ୍ର। ଆମେ ସଭିଏଁ ଭାଇ-ଭାଇ। ୧୯୫୦ ମସିହା ଜାନୁଆରୀ ୨୬ ରେ ଆମ ସମ୍ବିଧାନର ଜନ୍ମ। ଏହିଦିନ ଠାରୁ ଆମ ଦେଶର ସ...