ମୁଣ୍ଡଳା: ଅଗ୍ନିକାଣ୍ଡ, ୨ ଦୋକାନ ୩ ଘର ଭଷ୍ମୀଭୂତ
ବେଗୁନିଆପଡ଼ା ୨୩-୭ (କୋଦଳା ବେଗୁନିଆପଡା ନ୍ନ୍ୟୁଜ୍/ଲଡ଼ୁକିଶୋର ଦାଶ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଂଚାୟତର ମୁଣ୍ଡଳା ଗ୍ରାମର ନୂଆ ସାହିରେ ଅଗ୍ନିକାଣ୍ଡ। ପୂର୍ବାହ୍ନ ୯ଟା ବେଳେ ଅଚାନକ୍ ଭାବେ ଏହି ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ଘର ଓ ତିନି ଜଣଙ୍କ ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି। ଖବର ପାଇ କୋଦଳା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ପ୍ରକାରେ କୌଣସି ଏକ ଚୁଲିରୁ ନିଆଁ ବାହାରି କାଠକୁ ଲାଗିଥିଲା ପରବର୍ତ୍ତି ସମୟରେ ତାହା ଦୋକାନ ଘରକୁ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ରମେଶ ବିଶ୍ୱାଳ, ଗୋପ ପ୍ରଧାନ ଓ ପୁରୁଷୋତ୍ତମ ପ୍ରଧାନଙ୍କ ଦୋକାନ ଘର ଓ ବାସ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ଦାମୋଦରପୁର ମୁଖ୍ୟରାସ୍ତା ମରଣଯନ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଲେ Kodala beguniapada news kodala be...
-
କୋଦଳା : ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନ...
-
ବେଗୁନିଆପଡ଼ା ପରେ ଖଲ୍ଲିକୋଟ ବ୍ଲକରେ ଚାଷୀଙ୍କୁ ଅବହେଳା, ଧାନ କିଣାରେ ଦୁର୍ନୀତି, ସହାୟକ ମୂଲ୍ୟ, ବିଭିନ୍ନ ସରକାରୀ ଯୋଜନାରେ ଚାଷୀ ଅବହେଳିତ ପାଇଁ ଆଜି ଖଲ୍ଲିକୋ...

No comments:
Post a Comment