ମୁଣ୍ଡଳା: ଅଗ୍ନିକାଣ୍ଡ, ୨ ଦୋକାନ ୩ ଘର ଭଷ୍ମୀଭୂତ
ବେଗୁନିଆପଡ଼ା ୨୩-୭ (କୋଦଳା ବେଗୁନିଆପଡା ନ୍ନ୍ୟୁଜ୍/ଲଡ଼ୁକିଶୋର ଦାଶ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଂଚାୟତର ମୁଣ୍ଡଳା ଗ୍ରାମର ନୂଆ ସାହିରେ ଅଗ୍ନିକାଣ୍ଡ। ପୂର୍ବାହ୍ନ ୯ଟା ବେଳେ ଅଚାନକ୍ ଭାବେ ଏହି ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ଘର ଓ ତିନି ଜଣଙ୍କ ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି। ଖବର ପାଇ କୋଦଳା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ପ୍ରକାରେ କୌଣସି ଏକ ଚୁଲିରୁ ନିଆଁ ବାହାରି କାଠକୁ ଲାଗିଥିଲା ପରବର୍ତ୍ତି ସମୟରେ ତାହା ଦୋକାନ ଘରକୁ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ରମେଶ ବିଶ୍ୱାଳ, ଗୋପ ପ୍ରଧାନ ଓ ପୁରୁଷୋତ୍ତମ ପ୍ରଧାନଙ୍କ ଦୋକାନ ଘର ଓ ବାସ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।
Subscribe to:
Post Comments (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ। ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକ...
-
ବେଗୁନିଆପଡ଼ା ବ୍ଳକର ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ମୋରମ, ମେଣ୍ଟାଲ୍, ପଥର ଚୋରା ଚାଲାଣ ହେଉଥିବା ନେଇ ବହୁବାର ଅଭିଯୋଗ ହୋଇଛି। ତେବେ ବ୍ଲକର ତିରିଡା ଠାରେ ...
-
ବେଗୁନିଆପଡ଼ା : ଭୂତକୋଠି ପାଲଟିଛି ମଠସରସିଂ ଶୌଚାଳୟ!! ସରକାର ସ୍ବଛ ଭାରତ ମିଶନ୍ ଜରିଆରେ କୋଟି କୋଟି ଟଙ୍କା ବିନିଯୋଗ କରିବା ସହ ଗାଁ ଗାଁ ରେ ଶୌଚାଳ...

No comments:
Post a Comment