Friday, June 22, 2018

ବେଗୁନିଆପଡ଼ା : ଯୋଗ ପାଇଁ ଦିନଟିଏ....

ବିଭିନ୍ନ ସ୍ଥାନରେ ପାଳିତ ହେଲା ଆନ୍ତର୍ଜାତୀକ ଯୋଗ ଦିବସ।ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ଯାସ ହେଉଛି ଯୋଗ। ଭାରତର ଅନୁରୋଧ କ୍ରମେ ଜାତିସଂଘ ଏହି ଦିବସକୁ ସମଗ୍ର ବିଶ୍ୱରେ ପାଳନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ଏହି ଅବସରରେ ବେଗୁନିଆପଡ଼ା ବ୍ଳକର ଆର୍ ଏସ୍ ଏସ୍ ପକ୍ଷରୁ ପ୍ରାୟ ୧୬ ଟି ସ୍ଥାନରେ ଯୋଗ ଦିବସ ପାଳନ ପୂର୍ବକ ଆସନ, ପ୍ରାଣାୟମ ବିଷୟରେ ଶିକ୍ଷା ଦିଆ ଯାଇଛି। ଅଧିକ ଖବର ପାଇଁ ପଢୁଥାନ୍ତୁ.. # ଅନୁପମ ଭାରତ # ମୋ ବେଗୁନିଆପଡ଼ା # ନିଉଜ୍।




ବ୍ରହ୍ମପୁର : ଦିନ ୧୧ ଟା ସମୟରେ ମଧ୍ୟ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ କର୍ମଚାରୀ ନାହାନ୍ତି।

      ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବିବାଦରେ। କେତେବେଳେ ଟେଣ୍ଡର ଫିକ୍ସିଂ ତ କେତେବେଳେ ଫଲସ୍ ବିଲ୍। ସିସିଟିଭି କ୍ୟାମେରା ଥାଇ ମଧ୍ୟ ସବୁ କିଛି ଏଠି ଠିକ୍ ଚାଲୁନି। ଆଜି ଦିନ ୧୧ ଟା ସମୟରେ ବେଗୁନିଆପଡ଼ା ଓ ପୋଲସରା ରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ସୂଚନା ତଥ୍ଯ ପାଇବା ପାଇଁ ଅଫିସ କୁ ଯିବା ବେଳେ ଅଫିସରେ କୌଣସି କର୍ମଚାରୀ ମାନଙ୍କ ଦେଖିବାକୁ ମିଳିନଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି କେମିତି ଚାଲିଛି ଆମ ରାଜ୍ୟର ସରକାର ଓ ପ୍ରଶାସନ।



ବେଗୁନିଆପଡ଼ା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

   ସାରା ରାଜ୍ୟରେ ଏବେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗୁଳୁଗୁଳି ତା ସାଗଂକୁ ବିଦ୍ୟୁତ କାଟ ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ମୌସୁମୀ ଆସିବ ବୋଲି ଚାଷୀ ଆଗୁଆ ବିହନ ବୁଣି ଏବେ ଚିନ୍ତାରେ। ବିହନ ଗଜା ମରୁଡି ହେବାକୁ ବସିଲାଣି। ଆହୁରି ୪୮ ଘଣ୍ଟା ଧରି ତାତି ଜାରି ରହିବ ବୋଲି ସୂଚନା ମିଳିଛି। ମୌସୁମୀ କୁ ଚାହିଁ ଚାହିଁ ସମସ୍ତେ ଏବେ ଚିନ୍ତାରେ।


Tuesday, June 19, 2018

ବେଗୁନିଆପଡ଼ା : ସ୍ପଷ୍ଟ ଦିବାଲୋକରେ ବେଆଇନ ମୋରମ ଚାଲାଣ!!


  ବେଗୁନିଆପଡ଼ା ବ୍ଳକର ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ମୋରମ, ମେଣ୍ଟାଲ୍, ପଥର ଚୋରା ଚାଲାଣ ହେଉଥିବା ନେଇ ବହୁବାର ଅଭିଯୋଗ ହୋଇଛି। ତେବେ ବ୍ଲକର ତିରିଡା ଠାରେ ସ୍ପଷ୍ଟ ଦିବାଲୋକରେ ଠିକାଦାର ମାନେ ଜେ. ସି. ବି ଓ ଟ୍ରାକ୍ଟର ସାହାଯ୍ୟରେ ମୋରମ୍ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏଭଳି ସଂଗୀନ ଘଟଣା ଉପରେ ରାଜସ୍ବ ବିଭାଗକୁ କିଛି ପ୍ରଶ୍ନ।
ପ୍ରଶ୍ନ ନଂ - ୧ - ବେଆଇନ ଭାବେ ମୋରମ୍ ଚାଲାଣ ହେଉଥିବା ନେଇ ତହସିଲ କାର୍ଯ୍ଯାଳୟ ପାଖରେ ଖବର ଅଛି କି? ଯଦି ଅଛି ତେବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି?
ପ୍ରଶ୍ନ ନଂ ୨- ପୋଖରୀ, ଗାଡିଆ କିମ୍ବା ଜମିରୁ ମାଟି ଓ ମୋରମ ନେବାପାଇଁ ରାଜସ୍ବ ବିଭାଗର ଅନୁମତି ନିହାତି ଆବଶ୍ୟକ। ସଂପୃକ୍ତ ଠିକାଦାର ଅନୁମତି ପାଇଁ ଆବେଦନ କରିଛନ୍ତି କି?
ପ୍ରଶ୍ନ ନଂ- ୩ - ଯଦି ଆବେଦନ ହୋଇଥାଏ ତେବେ ବି ଅନୁମତି ପ୍ରଦାନ କରାଯିବା କଥା ନୁହଁ। ତେବେ କାହା ବାହୁଛାୟା ତଳେ ରହି ଠିକାଦାର ଏଭଳି କାର୍ଯ୍ୟ କରୁଛନ୍ତି?
ପ୍ରଶ୍ନ ନଂ- ୪- ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ଏ ନେଇ କି ପଦକ୍ଷେପ ନିଆଯାଇଛି?

Wednesday, June 13, 2018

ବେଗୁନିଆପଡ଼ା : ଶୌଚାଳୟର ପୁନରୁଦ୍ଧାରରେ ବିଳମ୍ବ : ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି!!

 ବେଗୁନିଆପଡ଼ା : ଶୌଚାଳୟର ପୁନରୁଦ୍ଧାରରେ ବିଳମ୍ବ : ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି!!

        ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ବେଗୁନିଆପଡ଼ା ଠାରେ ଏକ ଶୌଚାଳୟ ଖୋଲାଯାଇଥିଲା ବେଳେ ଦୀର୍ଘ ବର୍ଷ ଧରି ଭୂତକୋଠି ଭାବେ ପଡିରହିଛି। ତେବେ ନିକଟରେ ୯ ମାସ ତଳେ ଏହାକୁ ପୁନରୁଦ୍ଧାର ପାଇଁ ପ୍ରଶାସନ ଅଣ୍ଟା ଭିଡିଥିଲା। ଏଥିପାଇଁ ପ୍ରସ୍ତୁତି ମଧ୍ୟ ହୋଇଥିଲା। ବର୍ତ୍ତମାନ ଏଥିରେ କୌଣସି ସୁଧାର ଆସିବା ଦେଖିବାକୁ ମିଳୁନି। ଯଥା ପୂର୍ବଂ ତଥା ପରଂ...


Tuesday, June 12, 2018

କୋଦଳା : ଏଟିଏମରୁ ମିଳୁନି ଟଙ୍କା, ବ୍ଯାକଂ ରେ ଲମ୍ବା ଭିଡ଼।

: kodalabeguniapadanews

      ବିମୁଦ୍ରୀକରଣ ସମୟ ଠାରୁ ବଳି ପଡୁଛି ବର୍ତ୍ତମାନ ର ପରିସ୍ଥିତି। କୋଦଳା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଏଟିଏମ ରେ ମାତ୍ର କିଛି ସମୟ ପରେ ସରିଯାଉଛି ଟକାଂ। ବେଗୁନିଆପଡ଼ା ଓ କୋଦଳା ର ଅନ୍ୟାନ୍ୟ ଏଟିଏମ ଗୁଡିକ ଟଙ୍କା ଅଭାବରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖିବା ଏଠି ଗୁରୁତ୍ୱହୀନ ମନେହେଉଛି। ସାଧାରଣ ଜନତା ଇ- ଟ୍ରାଞ୍ଜାକସନ୍ ଜାଣି ନଥିବା ବେଳେ ଏବଂ ଟକାଂ ର ଜରୁରୀ ହୋଇଥିବା ବେଳେ ଏଟିଏମ ଗୁଡିକରେ 'ନୋ କ୍ଯାସ୍ " ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି।

 fb.com/kodalabeguniapadanews

ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ

Kodala beguniapada news   6    122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ  ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...