Monday, July 23, 2018

ମୁଣ୍ଡଳା: ଅଗ୍ନିକାଣ୍ଡ, ୨ ଦୋକାନ ୩ ଘର ଭଷ୍ମୀଭୂତ

ମୁଣ୍ଡଳା: ଅଗ୍ନିକାଣ୍ଡ, ୨ ଦୋକାନ ୩ ଘର ଭଷ୍ମୀଭୂତ

ବେଗୁନିଆପଡ଼ା ୨୩-୭ (କୋଦଳା ବେଗୁନିଆପଡା ନ୍ନ୍ୟୁଜ୍/ଲଡ଼ୁକିଶୋର ଦାଶ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଂଚାୟତର ମୁଣ୍ଡଳା ଗ୍ରାମର ନୂଆ ସାହିରେ ଅଗ୍ନିକାଣ୍ଡ। ପୂର୍ବାହ୍ନ ୯ଟା ବେଳେ ଅଚାନକ୍ ଭାବେ ଏହି ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ଘର ଓ ତିନି ଜଣଙ୍କ ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି। ଖବର ପାଇ କୋଦଳା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ପ୍ରକାରେ କୌଣସି ଏକ ଚୁଲିରୁ ନିଆଁ ବାହାରି କାଠକୁ ଲାଗିଥିଲା ପରବର୍ତ୍ତି ସମୟରେ ତାହା ଦୋକାନ ଘରକୁ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ରମେଶ ବିଶ୍ୱାଳ, ଗୋପ ପ୍ରଧାନ ଓ ପୁରୁଷୋତ୍ତମ ପ୍ରଧାନଙ୍କ ଦୋକାନ ଘର ଓ ବାସ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।

Sunday, July 1, 2018

ବେଗୁନିଆପଡ଼ା : ସୁମଣ୍ଡଳ ନିକଟସ୍ଥ କନିଆରିବାଡି ଠାରେ ଏକ ବେଆଇନ୍ କରତକଳ ଉପରେ ଚଢାଉ କଲା ବନବିଭାଗ। ବିପୁଳ ପରିମାଣର ଦାମୀ କାଠ ସହ ଘଟଣାର ଛାନଭିନ ଜାରି ରଖିଛି ବନ ବିଭାଗ।



Kodala beguniapada news

ବେଗୁନିଆପଡ଼ା : ପ୍ରେମ କରି ହୋଇଥିଲେ ଫେରାର୍... ୨ ମାସ ପରେ ମିଳିଲା ମୃତ ଦେହ।
     ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଜନିତ ଯୁବକ, ଯୁବତୀ ଏପରିକି ବିବାହିତ, ବିବାହିତା ମହିଳା ଫେରାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁରୁଝୁରୀ ପଞ୍ଚାୟତ ନୂଆଁ ଗାଁ ରୁ ୨ ମାସ ତଳେ ୨ ଯୁବତୀ ଉକ୍ତ ଗ୍ରାମର ଜଣେ ଯୁବକ ଓ ମଠ ସରସିଂ ର ଏକ ଯୁବକ ମିଶି ଫେରାର ହୋଇ କଟକ ଅଞ୍ଚଳରେ ୪ ଜଣ ଏକାଠି ଏକ ଭଡ଼ା ଘରେ ରହୁଥିଲେ। ତେବେ ବୁଧବାର ଦିନ ନୂଆଗାଁ ର ଯୁବକଙ୍କ ମୃତ୍ୟୁ ଘଟିଛି। ଏହା ଏକ ସୁପରିକଳ୍ପିତ ହତ୍ଯାକାଣ୍ଡ ବୋଲି ଅନୁମାନ କରାଯାଉଥିଲା ବେଳେ କଟକ ସଦର ଥାନା ପୋଲିସ ଏବେ ତଦନ୍ତ କରୁଛି। ବେଗୁନିଆପଡ଼ାରୁ ମଧ୍ଯ ଯୁବକ ଯୁବତୀ ଫେରାର ହେଉଥିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏ ଫେରାର ଘଟଣା ପଛରେ ଏକ ବଡ଼ ରାକେଟ ସକ୍ରିୟ ଥିବା ଅନୁମାନ କରାଯାଉଛି। ଅଧିକ ଖବର ପାଇଁ ପଢୁଥାନ୍ତୁ.... ଅନୁପମ ଭାରତ।


Kodala beguniapada news

କୋଦଳା : ଚୋରା ଦେଶୀ ମଦ ଚାଲାଣ ବେଳେ ଧରାପଡିଲେ ବିଜେପି କର୍ମୀ!!
        କୋଦଳା ଅଞ୍ଚଳରେ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଗତକାଲି କୋଦଳା ହଜ ଅଞ୍ଚଳର ଜଣେ ବିଜେପି କର୍ମୀ ଏବଂ ଫାଶୀ ଅଞ୍ଚଳର ଜଣେ ବ୍ଯକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି।



ଖଲ୍ଲିକୋଟ : ସ୍ନାନ ମଣ୍ଡପରେ ଚତୁର୍ଦ୍ଦାମୂର୍ତ୍ତି। ଶ୍ରୀ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପରେ ବିଜେ ଠାକୁର।ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଲେ ଠାକୁର।



ବେଗୁନିଆପଡ଼ା : ଠକୁଛନ୍ତି ସାର୍... ଶିକ୍ଷକ ନ ଆସିବାରୁ ବନ୍ଦ ରହିଲା ବିଦ୍ୟାଳୟ।

  ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର କାଞ୍ଜିଆମାଳ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ଆସୁନଥିବାରୁ ଆଜି ବନ୍ଦ ରହିଥିଲା ସ୍କୁଲ। ସିଆରସି କଂ ଗସ୍ତ ସମୟରେ ଏହା ଜଣାପଡିଛି। ସରକାରଙ୍କ ଠାରୁ ଦରମା ପାଉଥିବା ଶିକ୍ଷକ ପ୍ରାଥମିକ ଶିକ୍ଷାକୁ ବିପର୍ଯ୍ୟୟ ଆଡକୁ ଠେଲି ଦେଉଥିବା ଏଭଳି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
# # ଅଧିକ ଖବର ପାଇଁ ପଢୁଥାନ୍ତୁ 'kodala beguniapada news




ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ

Kodala beguniapada news   6    122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ  ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...