Friday, March 23, 2018

ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚକୁ ବଦନାମ କରିବାକୁ ଷଡଯନ୍ତ୍ର : ପ୍ରତିବାଦରେ ସାଇବର୍ ଥାନାରେ ଅଭିଯୋଗ।

 ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚକୁ ବଦନାମ କରିବାକୁ ଷଡଯନ୍ତ୍ର : ପ୍ରତିବାଦରେ ସାଇବର୍ ଥାନାରେ ଅଭିଯୋଗ।
       ବେଗୁନିଆପଡ଼ା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚକୁ ବଦନାମ କରିବାକୁ ଯାଇ ମୋ ବିରୁଦ୍ଧରେ ଲିଫଲେଟ୍ ମାଧ୍ୟମରେ ମିଥ୍ଯା କଥା ଲେଖାଯାଇ କୌଣସି ଦୁବୃର୍ତ୍ତ ମିଥ୍ୟା ପ୍ରଚାରପତ୍ର ( ଲିଫଲେଟ୍) ଗୁଡିକ କୋଦଳା ଅଞ୍ଚଳରେ ଫୋପାଡ଼ି ମୋ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର ଚଲାଉଛି। ଏ ସମ୍ପର୍କରେ ସୋସିଆଲ ମିଡ଼ିଆରୁ ଜାଣିପାରିବା ପରେ ମୁଁ ଆଜି ଏ ନେଇ ବ୍ରହ୍ମପୁର ସାଇବର୍ ଥାନାକୁ ଅବଗତ କରାଇଛି। ସାଇବର୍ ଥାନାର ନିର୍ଦ୍ଦେଶ କ୍ରମେ ଆସନ୍ତା କାଲି କୋଦଳା ଥାନାକୁ ମଧ୍ୟ ଜଣାଇବି। ଏଭଳି ହୀନ କାର୍ଯ୍ୟରେ ଖଲ୍ଲିକୋଟ ବ୍ଲକରେ କାର୍ଯ୍ୟରତ ଜଣେ ଶିକ୍ଷକ ଲିପ୍ତ ଥିବା ମୁଁ ଅନୁମାନ କରୁଛି ଏବଂ ଖୁବ୍ ଶୀଘ୍ର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛି।


Wednesday, March 21, 2018

କୋଦଳା : କବିସୂର୍ଯ୍ୟନଗର ବିଧାୟିକାକଂ ମାରାଥନ୍ ଉଦଘାଟନୀ ପର୍ବ।

 କୋଦଳା : କବିସୂର୍ଯ୍ୟନଗର ବିଧାୟିକାକଂ ମାରାଥନ୍ ଉଦଘାଟନୀ ପର୍ବ।

         ଦୀର୍ଘ ଦିନ ଧରି ନିଜ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ପରେ ଆଜି କବିସୂର୍ଯ୍ୟନଗର ବିଧାୟିକା କୋଦଳା ଠାରେ ଅଗ୍ନିଶମ ବିଭାଗର ନୂତନ କୋଠା ଏବଂ ଚନ୍ଦନପୁର ପଞ୍ଚାୟତର କଳାମାଟିଆ ଚିଲିପୋଇ ଗ୍ରାମରେ ନୂତନ ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ଅଗ୍ନିଶମ ବିଭାଗର ଦକ୍ଷିଣାଞ୍ଚଳ ଆଇ. ଜି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Ripot: Susant kumar 
Kodala beguniapada news

ବ୍ରହ୍ମପୁର : ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ଯାଣ ସମିତି ସମ୍ମିଳନୀ

 ବ୍ରହ୍ମପୁର : ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ଯାଣ ସମିତି ସମ୍ମିଳନୀ।
       ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ଯାଣ ସମିତି ସମ୍ମିଳନୀ ଆଜି ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବଲି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଶାକର୍ମୀଙ୍କ କାର୍ଯ୍ୟ ଓ ଗାଁ କଲ୍ଯାଣ ସମିତି ଜରିଆରେ କିଭଳି ଗାଁ ର ସ୍ବାସ୍ଥ୍ୟ ପରିମଳ ବ୍ୟବସ୍ଥା ସୁଦୃଢ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମ କେବଳ କାଗଜ କଲମରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ଗାଁ କଲ୍ଯାଣ ସମିତି ଜରିଆରେ ଆସୁଥିବା ପାଣ୍ଠିକୁ ଅଙ୍ଗନବାଡ଼ି ମାନେ ହଡ଼ପ କରୁଥିବା ଏବଂ ବିଭିନ୍ନ କେନ୍ଦ୍ର ମାନଙ୍କରେ ଉକ୍ତ ଅର୍ଥ ବିଲକୁଲ ଖର୍ଚ୍ଚ ହୋଇପାରୁନଥିବା ଯୋଗୁଁ ପ୍ରତିବର୍ଷ ଅର୍ଥ ଆସିପାରିନାହିଁ।


Tuesday, March 20, 2018

ସୁମଣ୍ଡଳ ବ୍ଯାକଂ ଅଫ୍ ଇଣ୍ଡିଆ ପାଖରେ କୃତ୍ରିମ ହ୍ରଦ!!

 ବେଗୁନିଆପଡ଼ା : ସୁମଣ୍ଡଳ ବ୍ଯାକଂ ଅଫ୍ ଇଣ୍ଡିଆ ପାଖରେ କୃତ୍ରିମ ହ୍ରଦ!!
      ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳକଷ୍ଟ ଆରମ୍ଭ ହୋଇଯାଇଥିଲା ବେଳେ ଏଯାବତ୍ ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚି ପାରୁନାହିଁ। ତେବେ ବିଭାଗର ଖାମଖିଆଲି ନିତୀ ଯୋଗୁଁ ସୁମଣ୍ଡଳ ବ୍ଯାକଂ ଅଫ୍ ଇଣ୍ଡିଆ ପାଖ ସାହିରେ ଏକ ପାଇପ୍ ରୁ ପାଣି ଅନବରତ ନିର୍ଗତ ହୋଇ କୃତ୍ରିମ ଗାଡିଆ ସୃଷ୍ଟି ହୋଇଛି। ପ୍ରଶାସନର ନିଘା ନାହିଁ।

Sunday, March 18, 2018

ବେଗୁନିଆପଡ଼ା : ଚନ୍ଦ୍ରଶେଖରଙ୍କ ନିକଟରେ ଦୀପଜଜ୍ଞ।

 ବେଗୁନିଆପଡ଼ା : ଚନ୍ଦ୍ରଶେଖରଙ୍କ ନିକଟରେ ଦୀପଜଜ୍ଞ।
       ହିନ୍ଦୁ ନବବର୍ଷ ଉପଲକ୍ଷେ ଏବଂ ଯୁଗାବ୍ଦ ୫୧୨୦ ଅନୁସାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଆନୁକୂଲ୍ୟରେ ବେଗୁନିଆପଡ଼ା ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ ୫୧୨୦ ଦୀପ ଦାନ କରାଯାଇଛି। ବେଗୁନିଆପଡ଼ାରୁ ଶହ ଶହ ସଂଖ୍ଯାରେ ଯୁବକ ଯୁବତୀ ଏଥିରେ ସାମିଲ ହୋଇଥିଲେ।


କୋଦଳା / ବେଗୁନିଆପଡ଼ା : ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଦାବି।

କୋଦଳା / ବେଗୁନିଆପଡ଼ା : ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଦାବି।
           ବେଗୁନିଆପଡ଼ା ବ୍ଳକରେ ୨୦୦୦ ମସିହା ଠାରୁ ୨୦୧୭ ମଧ୍ୟରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବ୍ଯାପକ ଜାଲିଆତି ହୋଇଥିବା ସୂଚନା ତଥ୍ଯକୁ ଆଧାର କରି ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ସଭାପତି ସମରଜିତ୍ ମହାନ୍ତି ଏହାର ଦୃଢ଼ ପ୍ରତିବାଦ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହି ବ୍ଲକର ଜଣେ ପୂର୍ବତନ ଶିକ୍ଷା ଅଧିକାରୀ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଏବଂ ଉପରିସ୍ଥ ଅଧିକାରୀମାନଙ୍କୁ ସଲାସୁତୁରା କରି ଅନେକ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନକୁଂ ସହଯୋଗ କରିଥିବା ଜଣାପଡିଛି। ଏ ନେଇ ସୂଚନା ତଥ୍ଯ ଆଧାରରେ ଜଣାପଡିବା ପରେ ମଞ୍ଚ ପକ୍ଷରୁ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ, ରାଜ୍ୟ ଗଣଶିକ୍ଷା ସଚିବ, ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତଦନ୍ତ ଆଳ ଦେଖାଇ ସମୟକୁ ଗଡାଇ ଚାଲିଲେ ମାନ୍ଯବର ଉଚ୍ଚ ନ୍ୟାୟାଳୟରେ ଏ ସଂକ୍ରାନ୍ତରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି।

ବେଗୁନିଆପଡ଼ା : ହିନ୍ଦୁ ନବ ବର୍ଷ ଅବସରରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ପକ୍ଷରୁ ଗଣଦୌଡ।


ବେଗୁନିଆପଡ଼ା : ହିନ୍ଦୁ ନବ ବର୍ଷ ଅବସରରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ପକ୍ଷରୁ ଗଣଦୌଡ।
       ବେଗୁନିଆପଡ଼ା ଜନତା ହାଇସ୍କୁଲ ପରିସରରୁ ଏକ ଗଣ ଦୌଡ ବାହାରି କୋଦଳା ଦଣ୍ଡିଶ୍ୱର ମନ୍ଦିର ଛକ ନିକଟରେ ଶେଷ ହୋଇଥିବା ବେଳେ କୋଦଳା ତହସିଲ ପଡିଆ ଠାରେ ଉଦଯାପିତ ହୋଇଛି। ଅଞ୍ଚଳରୁ ବହୁ ସଂଖ୍ୟାରେ ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।



Friday, March 16, 2018

ଗୋଟିଏ କାର୍ଯ୍ୟାଳୟକୁ ଦୁଇ ଦୁଇ ଥର ଉଦଘାଟନ! ( ଖଲ୍ଲିକୋଟ )

 ଖଲ୍ଲିକୋଟ : ଗୋଟିଏ କାର୍ଯ୍ୟାଳୟକୁ ଦୁଇ ଦୁଇ ଥର ଉଦଘାଟନ!
          ଖଲ୍ଲିକୋଟ ବ୍ଲକର ନୂତନ କୃଷି କାର୍ଯ୍ୟାଳୟକୁ ସୁଜ୍ଞାନ ଗୋଷ୍ଠୀ ଓ ବିଧାୟକ ଗୋଷ୍ଠୀ ଭିନ୍ନ ଭିନ୍ନ ସମୟରେ ଉଦଘାଟନ କରିବା ଏବଂ ଦୁଇ ଦୁଇଟି ଫଳକ ଲଗାଯିବା ଶାସକ ବିଜେଡି ଦଳର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ନୂତନ କୃଷି କାର୍ଯ୍ୟାଳୟ ଉଦଘାଟନ ପାଇଁ କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ବେଳେ ସ୍ଥାନୀୟ ଅଧ୍ଯକ୍ଷାକୁଂ ବିଳମ୍ବିତ ତଥା ଶେଷ ମୁହୂର୍ତ୍ତରେ ଡକା ଯାଇଥିବାରୁ ଏଥିରେ କ୍ଷୁବ୍ଧ ହୋଇ ସୁଜ୍ଞାନ ସେନା ପକ୍ଷରୁ ଗତକାଲି ଅଧ୍ଯକ୍ଷା ଉଦଘାଟନ କରିଥିବା ବେଳେ ଆଜି ବିଧାୟକ ପୁନର୍ବାର ଉଦଘାଟନ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି।


ନାବାର୍ଡ ପକ୍ଷରୁ ବ୍ଯାକଂରସ୍ ଓ ଏଜିଓ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ।

 ବ୍ରହ୍ମପୁର : ନାବାର୍ଡ ପକ୍ଷରୁ ବ୍ଯାକଂରସ୍ ଓ ଏଜିଓ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ।
        ବ୍ରହ୍ମପୁର ସ୍ଥିତ ରାଧା ହୋଟେଲ କନଫରେନ୍ସ ହଲ୍ ଠାରେ ନାବାର୍ଡ ପକ୍ଷରୁ ବ୍ଯାକଂରସ୍ ଓ ଏଜିଓ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବ୍ଯାକଂ ସେବା, ଆର୍ଥିକ ଅଭିବୃଦ୍ଧି ତଥା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ବ୍ଯାକଂ ମାନେ କିଭଳି ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।


Thursday, March 15, 2018

ଖଣ୍ଡିଆନଈ ଗ୍ରାମରେ ଷ୍ଟ୍ରିଟ ଲାଇଟ ନ ଲାଗିବାକୁ ନେଇ ଉତ୍ତେଜନା ଓ ଦାବିପତ୍ର।

ବେଗୁନିଆପଡ଼ା : ଖଣ୍ଡିଆନଈ ଗ୍ରାମରେ ଷ୍ଟ୍ରିଟ ଲାଇଟ ନ ଲାଗିବାକୁ ନେଇ ଉତ୍ତେଜନା ଓ ଦାବିପତ୍ର।
        ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ଗ୍ରାମ ପଞ୍ଚାୟତର ଖଣ୍ଡିଆନଈ ଗ୍ରାମର ୭ ନମ୍ବର ଓ୍ବାର୍ଡରେ ଷ୍ଟ୍ରିଟ ଲାଇଟ ଏଯାବତ୍ ନ ଲଗା ଯାଇଥିବାରୁ ଓ୍ବାର୍ଡ ବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୪ ବର୍ଷ ପୂର୍ବରୁ ଏହି କାର୍ଯ୍ୟକ୍ରମ ସରକାର ଆରମ୍ଭ କରିଥିଲେ ମଧ୍ୟ ଏହି ଗ୍ରାମରେ ଉଦେଶ୍ୟ ମୂଳକ ଭାବେ ରାଜନୈତିକ ହସ୍ତକ୍ଷେପ କରାଯାଇ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଉନଥିବାରୁ ଆଜି ଓ୍ବାର୍ଡ ବାସିନ୍ଦା ପଞ୍ଚାୟତ ଅଫିସରେ ଅଭିଯୋଗ କରିବା ସହ ଅଭିଯୋଗ ପତ୍ରର ନକଲ କପି ଜିଲ୍ଲାପାଳଙ୍କ ନିକଟକୁ ପ୍ରେରିତ କରିଛନ୍ତି। ସେପଟେ ଉକ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନଇଚ୍ଛା ବେଆଇନ୍ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।fb.com/Kodalabeguniapadanews

Tuesday, March 13, 2018

ଫାଶି ମେଦିନୀପୁର ଠାରେ ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି

 କୋଦଳା : ଫାଶି ମେଦିନୀପୁର ଠାରେ  ଗତ କାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ଗୋଟିପରିବାରର ୪ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନିକାଣ୍ଡ ରେ ୨ ଟି ଗାଈ ଜଳି ଯାଇଥିଲେ। ସେଥିମଧ୍ୟରୁ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଏକ ଗାଈ ମୃତ୍ୟୁ ସହ ସଂଗ୍ରାମ କରୁଛି।




ବିଜୁ କନ୍ୟା ରତ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ବେଗୁନିଆପଡ଼ା : ବିଜୁ କନ୍ୟା ରତ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।fb.com/kodalabeguniapadanews
      ଗଂଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଜି ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସଭା ଗୃହରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଂଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୁରକ୍ଷା ଅଧିକାରୀ ଯୋଗଦେଇ କନ୍ୟା ଭୃଣହତ୍ୟା ରୋକିବା ସହ ଶିଶୁ ସୁରକ୍ଷା ଓ ନାରୀ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ବୈଠକରେ ସିଡିପିଓ, ଜିଲ୍ଲା ଶିଶୁ ସୁରକ୍ଷା ତାଲିମ୍ ଦାତ୍ରୀ କଂ ସମେତ ବିଭିନ୍ନ ଗ୍ରାମରୁ ପ୍ରାୟ ୫୫ ରୁ ଉର୍ଦ୍ଧ୍ବ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଯୋଗ ଦେଇଥିଲେ।

ବେଗୁନିଆପଡ଼ା : ତାତି ବଢୁଛି.. ପାନୀୟ ଜଳ ସଙ୍କଟ ତୀବ୍ର ହେବାକୁ ଲାଗିଛି।

 ବେଗୁନିଆପଡ଼ା : ତାତି ବଢୁଛି.. ପାନୀୟ ଜଳ ସଙ୍କଟ ତୀବ୍ର ହେବାକୁ ଲାଗିଛି।
     ଚଳିତ ବର୍ଷ ଆରମ୍ଭରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିଲା ବେଳେ ବେଗୁନିଆପଡ଼ା ବ୍ଳକର ଅନେକ ପଞ୍ଚାୟତ ଗୁଡିକରେ ପାନୀୟ ଜଳ ସଙ୍କଟ ତୀବ୍ର ହେଉଛି। ତେବେ ଏ ନେଇ ବାରମ୍ବାର ଅଭିଯୋଗ ସତ୍ବେ ଫଳ ଶୂନ। ବିଭାଗୀୟ ଯନ୍ତ୍ରୀଙ୍କ ଅପାରଗତା ଓ ଦୁର୍ନୀତି ଯୋଗୁଁ ଏଭଳି ଘଟଣା ଘଟୁଥିବା ବେଳେ ଏବେ ଠାରୁ ସତର୍କ ନ ହେଲେ ଆଗକୁ ପାନୀୟ ଜଳ ସମସ୍ଯା ଉତ୍କଟ ରୂପ ଧାରଣ କରିପାରେ।ଆଜି ଚନ୍ଦନପୁର ଗ୍ରାମରେ ଏହି ସମସ୍ଯାକୁ ନେଇ ମହିଳା ଓ ପୁରୁଷ ମାନେ ଗରା, ହାଣ୍ଡି ଧରି ପ୍ରତିବାଦ କରିଥିଲେ।


ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସାଙ୍କୁଡା ଗ୍ରାମ ପଞ୍ଚାୟତର ଲଛିପୁର ଗାଁ ନିକଟରେ ବେଆଇନ୍ ପୋଡା ଇଟାଭାଟି !!

 ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସାଙ୍କୁଡା ଗ୍ରାମ ପଞ୍ଚାୟତର ଲଛିପୁର ଗାଁ ନିକଟରେ ବେଆଇନ୍ ପୋଡା ଇଟାଭାଟି !!

ଖଲ୍ଲିକୋଟ ତହସିଲ ଅନ୍ତର୍ଗତ କହ୍ନେଇ ପୁର ରାଜସ୍ୱ ସର୍କଲରେ ବେଆଇନ୍ ପୋଡା ଇଟା ଭାଟି

ଖଲ୍ଲିକୋଟ,ତା11/03/2018, ଖଲ୍ଲିକୋଟ ତହସିଲ ଅନ୍ତର୍ଗତ କହ୍ନେଇ ପୁର ରାଜସ୍ୱ ସର୍କଲରେ ବେଆଇନ୍ ପୋଡା ଇଟା ଭାଟି ଚାଲିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ଯୁନାଲ୍ ପୋଡା ଇଟା ଭାଟି ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାର ଖୋଲା ଉଲ୍ଲଘଂନ ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଟଙ୍କା ଆନୁସଙ୍ଗିକ ବ୍ୟବସ୍ଥା କରି ପ୍ରଶାସନିକ ଅଧିକାରୀଙ୍କୁ ଇଟା ଭାଟି ମାଫିଆ ମାନେ ନିଜ ନିୟନ୍ତ୍ରଣ ରେ ରଖିଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଚାଲିଛି। ଅସାଧୁ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ସରକାର ରାଜସ୍ୱ ହେଉଥିବା ବେଳେ ଆଇନର ଅପବ୍ଯବହାର ଚାଲିଛି। ଏସବୁ ଘଟଣା ଦେଖି ରାଜ୍ୟ ସରକାର ନୀରବଦ୍ରଷ୍ଠା....!!








Saturday, March 10, 2018

ବେଗୁନିଆପଡ଼ା : ବନ୍ଦ ହେବାକୁ ବସିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର!!

ବେଗୁନିଆପଡ଼ା : ବନ୍ଦ ହେବାକୁ ବସିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର!!
       ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୀର୍ଘ ଦିନ ଧରି ଏନେଇ ସ୍ଥାୟୀ ପ୍ରତିକାର ହୋଇପାରିଲା ନାହିଁ। ଡାକ୍ତର ଅଭାବ ଓ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ଦୀର୍ଘ ୬ ମାସରୁ ଅଧିକ ହେବ ସପ୍ତାହରେ ୪ ଦିନ ମେଡିକାଲ ଖୋଲା ରହୁଛି ଏବଂ ବାକି ଦିନ ବନ୍ଦ ରହୁଛି। ଏଥିପ୍ରତି ପ୍ରଶାସନ କି ରାଜନେତାଙ୍କ ଆନ୍ତରିକତା ନାହିଁ। ଯାହା ଫଳରେ ଅଞ୍ଚଳର ଶହଶହ ରୋଗୀ ପ୍ରାଥମିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି।ସରକାରଙ୍କ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସୁବିଧା ପାଣିର ଗାର ଭଳି ମନେହେଉଛି। ଏ ନେଇ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଓ ଏଡିଏମ୍ କଂ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫମ୍ପା ପ୍ରତିଶ୍ରୁତି ମିଳିଛି ଏବଂ କାର୍ଯ୍ୟକାରୀ ହୋଇନାହିଁ। ଆଗାମୀ ଦିନରେ ବେଗୁନିଆପଡ଼ା ଅଞ୍ଚଳର ସଚେତନ ନାଗରିକ ସହଯୋଗ କଲେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ।fb.com/kodalabeguniapadanews

Friday, March 9, 2018

ତଣ୍ଟି ଚିପି ମାରିଥିଲେ ପରିବାର, ୪ ଗିରଫ ଚିକିତ୍ସା ଖର୍ଚ ତୁଲାଇ ନ ପାରି ଗୃହକର୍ତାଙ୍କୁ ହତ୍ୟା ଘଟଣା

ତଣ୍ଟି ଚିପି ମାରିଥିଲେ ପରିବାର, ୪ ଗିରଫ

ଚିକିତ୍ସା ଖର୍ଚ ତୁଲାଇ ନ ପାରି ଗୃହକର୍ତାଙ୍କୁ ହତ୍ୟା ଘଟଣା

:Kodalabeguniapadanews
--------------------------------------------
ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ଗୋପୀନାଥପୁର ନୂଆସାହିର ଦିଲୀପ ମାଲୁ (୫୫) ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ରୋଗଗ୍ରସ୍ତ ଦିଲୀପଙ୍କ ଅପମୃତ୍ୟୁ ହୋଇନି ବରଂ ଚିକିତ୍ସା ଖର୍ଚ ତୁଲାଇ ନପାରି ପରିବାରଲୋକେ ରାଗରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ଏହି ଅଭିଯୋଗରେ ପୁଲିସ ଦିଲୀପଙ୍କ ସ୍ତ୍ରୀ ସୁମିତ୍ରା ମାଲୁ, ବଡ଼ ଝିଅ ସଂଗୀତା ମାଲୁ, ପୁଅ ଜଗନ୍ନାଥ ମାଲୁ ଓ ସାନ ଝିଅ ମାମା ମାଲୁ ମୋଟ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଜି ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ବାଲୁଗାଁ ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ଆଜି ଜିଲ୍ଲା ବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସୂଚନା ଅନୁଯାୟୀ, ଦିଲୀପ ଦୀର୍ଘ ଦିନ ହେବ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ବହୁ ଅର୍ଥ ଖର୍ଚ ପରେ ତାଙ୍କ ଅବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହେଉନଥିଲା। ତାଙ୍କ ଚିକିତ୍ସା ପାଇଁ ଅର୍ଥ ଖର୍ଚ କରି ପରିବାର ଏକପ୍ରକାର ସର୍ବସ୍ୱାନ୍ତ ହୋଇଯାଇଥିଲା। ଏହାକୁ ନେଇ ଅଧିକାଂଶ ସମୟରେ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା। ଏହାକୁ କେନ୍ଦ୍ର କରି ଗତ ବୁଧବାର ଅପରାହ୍‌ଣ ପ୍ରାୟ ୫ଟାରେ ଝିଅ ସଂଗୀତା ହଠାତ୍‌ ରାଗିଯାଇ ବାପା ଦିଲୀପଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଗ୍ରାମବାସୀ ହସ୍ତକ୍ଷେପ କରି ଏହାର ସମାଧାନ କରିଥିଲେ। କିନ୍ତୁ ସେହି ରାତିରେ ସ୍ତ୍ରୀ ସୁମିତ୍ରା, ବଡ଼ ଝିଅ ସଂଗୀତା, ପୁଅ ଜଗନ୍ନାଥ ଓ ସାନ ଝିଅ ମାମା ମିଳି ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଗୁରୁବାର ଦିଲୀପଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ। ମୃତ ଦିଲୀପଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖାଯାଇଥିଲା। ତେଣୁ ତାଙ୍କୁ ପରିବାରଲୋକେ ହତ୍ୟା କରିଥିବା ସନ୍ଦେହରେ ଗ୍ରାମର କେତେକ ମୁରବି ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ସଂଜୟ କୁମାର ପଟ୍ଟନାୟକ ସଦଳବଳେ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାସହ ନମ୍ବର ୨୨/୧୮ରେ ଏକ ମାମଲା ରୁଜୁ କରି ପରିବାରଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲେ।

ପୁଣି ଚର୍ଚ୍ଚିତ ବିବାହ : ସ୍ୱାମୀ ବନାରସ୍‌ରେ, ସ୍ତ୍ରୀ ବିବାହ ବେଦିରେi

ରାଉରକେଲା : ଅନ୍ତଃସତ୍ତ୍ୱା ପତ୍ନୀ ଥାଇ ମାତାଲ ସ୍ୱାମୀ ନିଜକୁ ଅବିବାହିତ କହି ଜଣେ ଯୁବତୀଙ୍କୁ ବିବାହ କରି ଏବେ ଜେଲ୍‌ରେ। ଦୁଇ ଦିନ ତଳେ ସାରନଗରୀ ଅଞ୍ଚଳରେ ଘଟିଥିବା ଏଭଳି ସ୍ପର୍ଶକାତର ଘଟଣାର ଚର୍ଚ୍ଚା ଥମି ନଥିବା ବେଳେ ସ୍ଥାନୀୟ ସିଭିଲ୍‌ ଟାଉନ୍‌ସିପ୍‌ରେ ଜଣେ ବିବାହିତା ନିଜକୁ କୁଆଁରୀ କହି ଦ୍ୱିତୀୟ ବିବାହ କରିବା ସହରବାସୀଙ୍କୁ ତଟସ୍ତ କରିଛି। ବ୍ୟବସାୟୀ ସ୍ୱାମୀ ମନଞ୍ଜୟ ଚୌବେ ବନାରସ ଯାଇଥିବା ବେଳେ ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କୁ ବେଦିରେ ବାହା ହେବା ଓ ଚତୁର୍ଥୀ ଭୋଜିରେ ପ୍ରଥମ ସ୍ୱାମୀ ପହଞ୍ଚି ଉଭୟଙ୍କ ବିବାହର ଫଟୋ ବିବାହ ପଞ୍ଜୀକରଣ ସାର୍ଟିଫିକେଟ୍‌ ଦେଖାଇ ରଘୁନାଥପାଲି ଥାନାରେ ଫେରାଦ ହେବା ‘ଆନ୍ତର୍ଜାତିକ ମହିଳା ଦିବସ’ରେ ଚର୍ଚ୍ଚିତ ହୋଇଛି। ତେବେ ପୁଲିସ୍‌ଠାରୁ ନ୍ୟାୟ ନପାଇ ମନଞ୍ଜୟ ଶେଷରେ କୋର୍ଟ ଯିବାକୁ ଓକିଲଙ୍କ ସହାୟତା ନେଇଛନ୍ତି।
ସ୍ଥାନୀୟ ମିଡିଆ କ୍ଲବରେ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରତାରିତ ଶ୍ରୀ ଚୌବେ ଓ ତାଙ୍କ ଓକିଲ ରମେଶ ବଳ ଏହି ଚର୍ଚ୍ଚିତ ଘଟଣାର ଅବତାରଣା କରିଥିଲେ। ବନ୍ଧମୁଣ୍ଡାର ଦେବ ନାରାୟଣ ଚୌବେଙ୍କ ପୁଅ ମନଞ୍ଜୟ ବେଦବ୍ୟାସରେ ଓମ୍‌ ଶ୍ରୀ ସାଇ ଡିଜେଲ୍‌ ନାମକ ଏକ ବ୍ୟବସାୟିକ ସଂସ୍ଥା ଚଲାଉଛନ୍ତି। ରାଉରକେଲା ଏଚ୍‌ଡିଏଫ୍‌ସିରେ କାମ କରୁଥିବା ଜଗଦାର ଜଣେ ସୁନ୍ଦରୀ ତଥା ଶିକ୍ଷିତା ଯୁବତୀଙ୍କ ସହ ମନଞ୍ଜୟଙ୍କ ୨୦୧୩ରେ ସାକ୍ଷାତ ହୋଇଥିଲା। ଧିରେ ଧିରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ପ୍ରେମ ନିବିଡ଼ ହେବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ମନଞ୍ଜୟଙ୍କ ରକ୍ଷଣଶୀଳ ପରିବାର ଏହାକୁ ଗ୍ରହଣ ନକରିବାରୁ ସେ ପ୍ରେମିକାଙ୍କୁ ଜୀବନ ସାଥୀ କରିବା ନିଷ୍ପତ୍ତି ନେଇ ଘର ଛାଡ଼ିଥିଲେ। ୨୦୧୬ ସେପ୍ଟେମ୍ବର ୧୭ରେ ପାନପୋଷ କୋର୍ଟରେ ସେମାନଙ୍କ ବିବାହ ପଞ୍ଜୀକରଣ ହୋଇଥିଲା। ଏହା ପରେ ମନଞ୍ଜୟ ପତ୍ନୀଙ୍କୁ ନେଇ ସିଭିଲ୍‌ଟାଉନ୍‌ସିପ୍‌ରେ ଭଡ଼ା ଘର ନେଇ ରହୁଥିଲେ। ଇତିମଧ୍ୟରେ ପତ୍ନୀ ଏଚ୍‌ଡିଏଫ୍‌ସିରୁ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କରେ ଯୋଗ ଦେଇଥିଲେ। ପତ୍ନୀଙ୍କୁ ଖୁବ ଭଲ ପାଉଥିଲେ ମନଞ୍ଜୟ। ଏପରିକି ବର୍ଷେ ତଳେ ବଜାରକୁ ଆସିଥିବା ମାରୁତି ସୁଜୁକି ସିଆଜ୍‌ କାର୍‌ ଚଢ଼ିବାକୁ ପତ୍ନୀ ମନ ବଳାଇବା ମାତ୍ରେ ସେହି ଦିନ ହିଁ ଅର୍‌ବିଟ୍‌ ମୋଟର୍ସରୁ କାର୍‌ କିଣି ସେ ତାଙ୍କୁ ଉପହାର ଦେଇଥିଲେ। ଦୀର୍ଘ ଅଢ଼େଇ ବର୍ଷ ଧରି ପତି-ପତ୍ନୀଙ୍କ ମଧ୍ୟରେ ସବୁ ଠିକ୍‌ଠାକ୍‌ ଚାଲିଥିଲା।

ଗତ ଫେବ୍ରୁଆରି ୨୩ ତାରିଖରେ ମନଞ୍ଜୟ ବ୍ୟବସାୟିକ କାର୍ଯ୍ୟରେ ବନାରସ ବାହାରିଲେ। ପତ୍ନୀ ତାଙ୍କୁ ପ୍ରେମରେ ପ୍ରେମରେ ବାଟେଇ ଦେଇ ନିଜ ବାପ ଘର ଜଗଦାକୁ ଯାଇଥିଲେ। ବନାରସ ଯାଇଥିଲେ ବି ମନଞ୍ଜୟ ପତ୍ନୀଙ୍କୁ ଫୋନ୍‌ କରି ଭଲମନ୍ଦ ବୁଝୁଥିଲେ। ହେଲେ ମାର୍ଚ୍ଚ ୪ ତାରିଖ ସକାଳେ ପତ୍ନୀ ଆଉ ଫୋନ୍‌ ଧରି ନଥିଲେ। ବାରମ୍ବାର କଲ୍‌ କଲା ପରେ ସେ ନିରୁତ୍ତର ରହିବାରୁ ମନଞ୍ଜୟ ଶ୍ୱଶୂରଙ୍କୁ ଫୋନ୍‌ କଲେ। ସେ ବି ଫୋନ୍‌ କାଟି ଦେଇଥିଲେ। ମନଞ୍ଜୟଙ୍କ ମନକୁ ପାପ ଛୁଇଁଲା। ସେ ଅଜଣା ନମ୍ବରରୁ ଶାଶୁଙ୍କୁ ଫୋନ ଲଗାଇଲେ। ଶାଶୁ ରିସିଭ୍‌ କରିବା ପରେ ସ୍ମରଣୀକା (ଛଦ୍ମନାମ) କେଉଁଠି ବୋଲି ପଚାରିଲେ। ଜ୍ୱାଇଁ ମନଞ୍ଜୟଙ୍କ ସ୍ୱର ବାରି ପାରି ନଥିଲେ ଶାଶୁ। କହିଲେ, ଝିଅ ବିବାହ ସରିଛି, ଆଜି ରିସେପ୍ସନ୍‌ ପାଇଁ ବ୍ୟୁଟି ପାର୍ଲର୍‌ ଯାଇଛି। ଶାଶୁଙ୍କ କଥା ଶୁଣିବା ପରେ ହତ୍‌ଚକିତ ମନଞ୍ଜୟ କାଳବିଳମ୍ବ ନକରି ସେହି ରାତିରେ ରାଉରକେଲା ଫେରି ଆସିଥିଲେ। ଆସି ଶୁଣିଲେ ଯେ ବେଙ୍ଗାଲୁରୁରେ ରିଲାଏନ୍ସ ଜିଓ କମ୍ପାନିରେ ଚାକିରି କରୁଥିବା ସିଭିଲ୍‌ଟାଉନ୍‌ସିପ୍‌ର ପ୍ରିୟରଞ୍ଜନ ଦାସଙ୍କୁ ତାଙ୍କ ପତ୍ନୀ ଗତ ୪ ତାରିଖରେ ବିବାହ କରିଛି। ୭ରେ ବିବାହ ଭୋଜି। ଏହା ଜାଣିବା ପରେ ମନଞ୍ଜୟ ତାଙ୍କର କିଛି ବନ୍ଧୁ ସହ ରଘୁନାଥପାଲି ଥାନାକୁ ଆସି ବିବାହ ପ୍ରମାଣପତ୍ର ଦେଖାଇ ବିବାହ ରୋକିବାକୁ ଅନୁରୋଧ କରିଥିଲେ। ହେଲେ ପୁଲିସ କିଛି ଶୁଣି ନଥିଲା। ଶେଷରେ ସେ ଗତକାଲି ସିଭିଲ୍‌ଟାଉନ୍‌ସିପ୍‌ରେ ଆୟୋଜିତ ଭୋଜିକୁ ଯାଇ ତାଙ୍କ ପ୍ରେମ ଓ ବିବାହ ବେଳର ଫଟୋ ପତ୍ନୀଙ୍କ ମୁହଁକୁ ଫୋପାଡ଼ି ଚାଲି ଆସିଥିଲେ। ନିଜକୁ ଅବିବାହିତା କହି ବିବାହ କରିଥିବାରୁ ଏହି ଘଟଣା ନବବଧୂଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା।

Thursday, March 8, 2018

ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ବିଶ୍ବ ମହିଳା ଦିବସ ପାଳିତ।

ବେଗୁନିଆପଡ଼ା : ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ବିଶ୍ବ ମହିଳା ଦିବସ ପାଳିତ।
      ବେଗୁନିଆପଡ଼ା ବ୍ଲକର ସିଡିପିଓ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆଜି ମହିଳା ଦିବସ ପାଳନ କରାଯାଇଛି। ଅଧ୍ଯକ୍ଷ ରାଜଲକ୍ଷ୍ମୀ ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, WEO, ଆକାଉଣ୍ଟ୍ ଅଫିସର, ସିଡିପିଓକଂ ସମେତ ବହୁ ସ୍ବୟଂସହାଯିକା ଗୋଷ୍ଠୀର ମା ମାନେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଉପସ୍ଥିତ ଥିଲେ।

Sunday, March 4, 2018

ପୋଲସରା;ସ୍ବାମୀ ନିଜର ସ୍ତ୍ରୀଙ୍କୁ ମାରିବା ପାଇଁ ଉଦ୍ୟମ !

ପୋଲସରା;ସ୍ବାମୀ ନିଜର ସ୍ତ୍ରୀଙ୍କୁ ମାରିବା ପାଇଁ ଉଦ୍ୟମ !ଘଟଣା ସଂପର୍କରେ ଜଣା ପଡିଛି ଯେ ଖଣ୍ଡରୁ ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁଙ୍କ ଝିଅ ଯଜ୍ଞାସିନୀ ସାହୁ ବଗାଡି ଗ୍ରାମର ସନ୍ଯାସୀ ପ୍ରଧାନଙ୍କୁ ବିବାହ କରିଛନ୍ତି। ବିବାହ ପରଠାରୁ ଯୌତୁକ ନିର୍ଯ୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗତ ତା-25/02/2018ରିଖ ଦିନ ପ୍ରାୟ 12ଟାରୁ 1ଘଣ୍ଟା ମଧ୍ୟରେ ଯଜ୍ଞାସିନୀଙ୍କୁ ତାଙ୍କ ସ୍ବାମୀ ସନ୍ଯାସୀ ସିଜେରିଙ୍ଗ୍ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଯଜ୍ଞାସିନୀ ମେଡିକାଲ ଚିକିତ୍ସା ହେବା ପାଇଁ ଯାଇଥିଲେ ଏବଂ ପୋଲସରା ଥାନାରେ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ ରାଜନୈତିକ ଚାପ ଏବଂ ପୁରୁଷୋତ୍ତମପୁର ଏସଡିପିଓଙ୍କ ହସ୍ତକ୍ଷେପ ଯୋଗୁଁ ତଦନ୍ତରେ ବିଳମ୍ବ ହୋଇଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମା'ଙ୍କୁ ସମ୍ମାନ କଥା କହୁଥିବା ବେଳେ ପୋଲସରା ଅଞ୍ଚଳରେ ମା'ଙ୍କ ପ୍ରତି ଅସମ୍ମାନ ଏବଂ ହିଂସା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଆଣି ଥାନାରେ ଆଟକ ରଖି ତଦନ୍ତ କରୁଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି।ଯଜ୍ଞାସିନୀ କହିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ଜୀବନରେ ମାରି ଅନ୍ଯ ଜଣଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।

ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ

Kodala beguniapada news   6    122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ  ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...