ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ୍ ପୁର ଠାରେ ଗତ ବିଳମ୍ବିତ ରାତ୍ରିରେ ଅନ୍ୟ ଅଞ୍ଚଳର ଜଣେ ଯୁବତୀଙ୍କୁ ମାରିବା ପରେ ଗଛରେ ଝୁଲାଇଦେଇଥିବା ସନ୍ଦେହ। ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ଯୁବତୀଙ୍କ ମୃତ ଶରୀର ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।ଯୁବତୀଙ୍କ ଡ୍ରେସ୍ ଭିତରୁ ଏକ ମୋବାଇଲ୍ ମିଳିଛି। ତେବେ ଏହି ମୋବାଇଲ ହିଁ ଗୁମର ଫିଟାଇବ ବୋଲି ଚର୍ଚ୍ଚା ହେଉଛି।
Wednesday, January 31, 2018
Saturday, January 27, 2018
୬୯ ତମ ସାଧାରଣତନ୍ତ୍ର ଦିବସ
.ବିବିଧତା ଓ ଅଖଣ୍ଡ ଭାରତ ମଧ୍ୟରେ ଆମେ ସମସ୍ତେ ଏକତ୍ର। ଆମେ ସଭିଏଁ ଭାଇ-ଭାଇ। ୧୯୫୦ ମସିହା ଜାନୁଆରୀ ୨୬ ରେ ଆମ ସମ୍ବିଧାନର ଜନ୍ମ। ଏହିଦିନ ଠାରୁ ଆମ ଦେଶର ସମ୍ବିଧାନ ଲାଗୁ ହୋଇଛି। ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଗାଁ ସ୍କୁଲ ଠାରୁ ଆରମ୍ଭ କରି ଦିଲ୍ଲୀ ଦରବାରରେ ଜାତୀୟ ଉତ୍ସବର ମାହୋଲ। ଏହି ଅବସରରେ ଖଲ୍ଲିକୋଟ ଏନ୍ ଏ ସି ରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଖଲ୍ଲିକୋଟ ର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଖଲ୍ଲିକୋଟ ତହସିଲଦାର ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବକୁ ସମ୍ବୋଧିତ କରିଥିଲେ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ଦେଶଭକ୍ତି ନାଚ ଗୀତ ପରିବେଷଣ କରାଯିବା ସହ କୃତି ଛାତ୍ର ଛାତ୍ରୀକୁଂ ପୁରସ୍କାର ପ୍ରଦାନ କରାଯାଇଛି।
ବେଗୁନିଆପଡ଼ା : ପୋଖରୀରେ ଭାସୁଛି ଅଜଣା ବ୍ଯକ୍ତିର ଶବ।
ବେଗୁନିଆପଡ଼ା ୧୩ ନମ୍ବର ଓ୍ବାର୍ଡ ସ୍ଥିତ କମଳା ବନ୍ଧ ପୋଖରୀରେ ଏକ ଅଜଣା ବ୍ଯକ୍ତିର ମୃତ ଶରୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀକୁଂ ସୂଚନା ଦେଇଛନ୍ତି। ଗତକାଲି ରାତିରୁ ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ଶବକୁ ପାଣିରୁ ବାହାର କରାଯାଇଛି। ଶବଟି ଫୁଲି ଯାଇଥିବା ଯୋଗୁଁ ପରିଚୟ ମିଳିପାରିନାହିଁ। ଶବ ବ୍ୟବଚ୍ଛେଦ ପରେଯାଇ ପ୍ରକୃତ ଘଟଣା ଜଣାପଡିବ। ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ପହଞ୍ଚିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି।
Thursday, January 25, 2018
ବେଗୁନିଆପଡ଼ା : ବିରିବାଟିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।
କେ. ବରିଡା ପଞ୍ଚାୟତର ବିରିବାଟିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବହୁ ଧୁମଧାମରେ ପାଳନ ହେବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଛି। ଗୀତ ନାଚ ଖେଳକୁଦ ଭଳି ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀକୁଂ ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯ୍ଯକ୍ରମରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଚେୟାରମ୍ୟାନକଂ ସମେତ ବହୁ ପଦାଧିକାରୀ ଉପସ୍ଥିତ ରହିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
Wednesday, January 24, 2018
ବେଗୁନିଆପଡ଼ା ଓ କୋଦଳାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।
କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ସବୁଠାରେ ନିଆଁ, ସବୁ ବନ୍ଦ
କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଯେଉଁ ଆକ୍ରାଶ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ତାର ପ୍ରତିଫଳନ ଆଜି ବନ୍ଦ ସମୟରେ ଦେଖିବାକୁ ମିଳିଛି। କୁନ୍ଦୁଲି ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇ ଓ ଅଭୁଯକ୍ତମାନଙ୍କ ପ୍ରତି ସରକାରୀ ଦରଦର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଓ ବିଜେପି ପକ୍ଷରୁ ଦିଆଯାଇଥିବା ହରତାଳ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି, ରାସ୍ତା ଅବରୋଧ କରିଛନ୍ତି

Tuesday, January 23, 2018
କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ସବୁଠାରେ ନିଆଁ, ସବୁ ବନ୍ଦ
କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ସବୁଠାରେ ନିଆଁ, ସବୁ ବନ୍ଦ
ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଯେଉଁ ଆକ୍ରାଶ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ତାର ପ୍ରତିଫଳନ ଆଜି ବନ୍ଦ ସମୟରେ ଦେଖିବାକୁ ମିଳିଛି। କୁନ୍ଦୁଲି ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇ ଓ ଅଭୁଯକ୍ତମାନଙ୍କ ପ୍ରତି ସରକାରୀ ଦରଦର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଓ ବିଜେପି ପକ୍ଷରୁ ଦିଆଯାଇଥିବା ହରତାଳ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି, ରାସ୍ତା ଅବରୋଧ କରିବା ସହିତ ରାଲି, ଶୋଭାଯାତ୍ରା କରି ଦୋକାନବଜାର ବନ୍ଦ କରୁଛନ୍ତି।ସେହିପରି ରାସ୍ତା ଉପରେ ବସି ରହି ଆନ୍ଦୋଳନକାରୀମାନେ ବନ୍ଦ ପାଳନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ପୁଲିସ ମୂତୟନ କରାଯାଇଛି। ତେବେ ବନ୍ଦ ଯୋଗୁଁ ସରକାରୀ ଗାଡ଼ି ଛାଡ଼ି ଆଜି ସଚିବମାନେ ସେମାନଙ୍କ ଡ୍ରାଇଭରଙ୍କ ବାଇକ୍ ପଛରେ ବସି ସଚିବାଳୟରେ ପହଞ୍ଚୁଥିବା ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା
ଆଜି କେନ୍ଦ୍ରାପଡ଼ାରେ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛିି। ବିଜେପି ପକ୍ଷରୁ ସହରର ଦୁହୂରିଆ ନିକଟରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ଗୋପ ଛକରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏତଦ୍ବ୍ୟତୀତ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା ଆଦ ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି। କୌଣସି ଗାଡ଼ି ଚଳାଚଳ କରିୁ ନାହିଁ, ଦୋକାନ ବଜାର ବନ୍ଦ ରହିଛି। ଏପରିକି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଉପସ୍ଥାନ ଯଥେଷ୍ଟ କମ୍ ରହିଛି ।ଆନ୍ଦୋଳନକାରୀମାନେ ବିଭିନ୍ନ ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନ ବୁଲି ବନ୍ଦ କରିଛନ୍ତି।
କଟକ
କଟକ ଜିଲ୍ଲାରେ ଉଭୟ କଂଗ୍ରେସ ଓ ବିଜେପି ର ଆନ୍ଦୋଳନ ଯୋଗୁୁଁଁ ସମଗ୍ର ସହରର ସ୍ୱାଭାବିକ କାର୍ଯ୍ୟ ଠପ୍ ହୋଇଯାଇଛି। କଲେଜ ଛକ ଓ ଷ୍ଟେସନବଜାର ଛକରେ ବନ୍ଦ ବେଳେ କଂଗ୍ରେସ କର୍ମୀମାନେ କେତେକ ଅଟୋ ଓ ଦୋକାନ ଭଙ୍ଗାରୁଜା କରିଥ
ଜଗତସିଂହପୁରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। ଜଗତସିଂହପୁର ଟାଉନ ଓ ପାରାଦୀପ-କଟକ ରାସ୍ତାର କୁଜଙ୍ଗ ନିକଟରେ ବିଜେପି ଓ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରି ବନ୍ଦ ପାଳନ କରିଛନ୍ତି। ବନ୍ଦ ଯୋଗୁ ଦୋକାନ ବଜାର ଖୋଲି ନାହିଁ। ଏତଦ୍ବ୍ୟତୀତ ପାରାଦୀପର ୪ ନମ୍ବର ବନ୍ଦର ଗେଟ୍, ନୂଆବଜାର ଓ ବଡ଼ପଡ଼ିଆ ଅଞ୍ଚଳରେ ବିଜେପି ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ଏରସମା ଓ ତିର୍ତ୍ତୋଲ , ନାଉଗାଁର କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି ।ଜିଲ୍ଲାରେ ଗାଡ଼ିମୋଟର ଚଳାଚଳ ବନ୍ଦ ଥିବା ବେଳେ ସମଗ୍ର ଜିଲ୍ଲାରେ ଦୋକାନବଜାର ବନ୍ଦ ରହିଛି।
ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଜେପି କର୍ମୀମାନେ ଜାତୀୟ ରାଜପଥର ରାମେଶ୍ୱର ଠାରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ କଂଗ୍ରେସ ଓ ବିଜେପି କର୍ମୀମାନେ ଖୋର୍ଦ୍ଧା ସହର, ଜଟଣୀ, ବୋଲଗଡ଼, ବେଗୁନିଆ, ଟାଙ୍ଗୀ ଓ ବାଲୁଗାଁ ଓ ବାଣପୁରରେ ଦୋକାନବଜାର ବନ୍ଦ କରି ଆନ୍ଦୋଳନ ଚଳାଇଛନ୍ତି।
Sunday, January 21, 2018
ବ୍ରହ୍ମପୁର : ଗ୍ଯାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ
ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ନିକଟସ୍ଥ ଗେଟା ସାହିରେ ଗ୍ଯାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ବସ୍ତିର ପ୍ରାୟ ୫୦ ଟି ପରିବାର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିସମ ବିଭାଗର ୪ ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବା ଏବଂ ଗାଡ଼ିରେ ପର୍ଯ୍ୟାପ୍ତ ପରିମାଣର ପାଣି ନଥିବାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
Friday, January 19, 2018
ବେଗୁନିଆପଡ଼ା :ମୁଣ୍ଡୁଳା ଶ୍ରୀ ଅରବିନ୍ଦ ପାଠ୍ଯଚକ୍ର ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସ୍ବର୍ଣ୍ଣକ୍ଷତ୍ର ଦିବସ
ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଲଡୁକିଶୋର ସ୍ବାଇଁ ଯୋଗଦେବା ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ସାସଂଦ ପ୍ରତିନିଧିକଂ ସହ ବହୁ ଅତିଥି ଉପସ୍ଥିତ।ବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ ପାଇଁ ସାସଂଦ ନିଜ ହାତପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ପାଇଁ ଘୋଷଣା କରିଥିବା ସୂଚନା।fb.com/kodalaBeguniapadanews
Thursday, January 18, 2018
ବେଗୁନିଆପଡ଼ା : କଞ୍ଚଣା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଅବ୍ଯବସ୍ଥାକୁ ନେଇ ତାତିଲେ ଗ୍ରାମବାସୀ।
ବେଗୁନିଆପଡ଼ା ନିକଟସ୍ଥ କଞ୍ଚଣାର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ଯବସ୍ଥାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ଆଜି ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇବା ସହ ସମାସ୍ଯାର ସ୍ଥାୟୀ ସମାଧାନ ନିମନ୍ତେ ଖଲ୍ଲିକୋଟ ଏ. ବି. ଓ କୁଂ ଡକାଇ ଥିଲେ। ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ୍ ସମୟରେ ଆସୁନଥିବା, ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ବ ଉପଯୁକ୍ତ ଭାବେ ତୁଲାନଉଥିବା, ବିଦ୍ୟାଳୟ କାର୍ଯ୍ୟ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋବାଇଲ୍ ଫୋନରେ ଗପିବା, ବିଦ୍ୟାଳୟକୁ ଆସୁଥିବା ଅନୁଦାନ ଗୁଡିକ ଖର୍ଚ୍ଚ ନ ହେବା ନେଇ ସ୍ଥାନୀୟ ସରପଞ୍ଚକଂ ସମେତ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ବିଇ ଓ କଂ ଉପସ୍ଥିତିରେ ୧୫ ଦିନ ମଧ୍ୟରେ ଏହି ସବୁ ସମାସ୍ଯାର ସମାଧାନ କରିବା ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକଙ୍କୁ ତାଗିଦ୍ କରାଯିବା ପରେ ଉତ୍ତେଜନା ହ୍ରାସ ପାଇଥିବା ବେଳେ ତୁରନ୍ତ ସମାସ୍ଯାକୁ ପ୍ରଶାସନ ଦୃଷ୍ଟି ଦେବା ସହ ଅନିୟମିତତା ଅଭିଯୋଗ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ବିଦ୍ୟାଳୟ କାର୍ଯ୍ୟ ନିୟମିତ ହୋଇଥିଲା।
Kodala Beguniapada news
ବେଗୁନିଆପଡ଼ା : ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର୍ ପ୍ରଦାନ।
ଗତ କିଛି ଦିନ ତଳେ ହିଞ୍ଜିଳି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଦିବ୍ଯାଗଂ ମାନକଂ ନାମ ଅନୁସାରେ ପର୍ଯ୍ୟାୟ କ୍ରମେ ଭିନ୍ନକ୍ଷମ ଉପକରଣ ଦିଆଯାଉଛି। ଆଜି ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ ଓ ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁଙ୍କ ଉପସ୍ଥିତିରେ ନୂଆଗଡ ଓ ଅଗାଁରଗାଁ ର କିଛି ଦିବ୍ଯାଗଂ ମାନକୁଂ ହୁଇଲ୍ ଚେୟାର୍ ପ୍ରଦାନ କରାଯାଇଛି।Wednesday, January 17, 2018
ବେଗୁନିଆପଡ଼ା ବ୍ଲକରେ ସୂଚନା ଆଇନ୍ କୁ ଅବମାନନା ଅଭିଯୋଗ।
ସୂଚନା ଅଧିକାର ଆଇନ୍ ୨୦୦୫ ଦୁର୍ନୀତି ରୋକିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ବେଗୁନିଆପଡ଼ା ବ୍ଲକର ଜନ ସୂଚନା ଅଧିକାରୀ ଏହାକୁ ବେଖାତିର କରି ସୂଚନା ପ୍ରଦାନ କରୁ ନ ଥିବା ଜଣାପଡ଼ିଛି। ବେଗୁନିଆପଡ଼ା ପଞ୍ଚାୟତର ବିଭିନ୍ନ ତଥ୍ଯ ଜାଣିବା ପାଇଁ ନାରାୟଣ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ କିନ୍ତୁ ସଠିକ୍ ସମୟରେ ସୂଚନା ମିଳିନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହିତ ପୁନର୍ବାର ପ୍ରଥମ ଅପିଲ୍ କରିଥିବା ଜଣାପଡିଛି ଏବଂ ଦାୟିତ୍ବ ସଠିକ୍ ଭାବେ ତୁଲାନଉଥିବା ଉକ୍ତ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ବେଗୁନିଆପଡ଼ା ମୁଖ୍ୟ ଡାକଘର ପଗୁଂ ଅବସ୍ଥାରେ!!!!
ବେଗୁନିଆପଡ଼ା ସ୍ଥିତ ମୁଖ୍ୟ ଡାକଘରେ ସଠିକ୍ ସେବା ମିଳୁନାହିଁ। ଏହି ମୁଖ୍ୟ ଡାକଘର ଯାହାର ପିନ୍ କୋଡ଼ ୭୬୧୦୩୧ ଏବଂ ଗ୍ରାମାଞ୍ଚଳର ଡାକଘର ଗୁଡିକ ଏହାର ଅଧିନରେ ଯାଉଛି। କିନ୍ତୁ ଏହି ଡାକଘରେ IPO ମିଳୁନାହିଁ ଏବଂ AD ଫର୍ମ ମଧ୍ୟ ଉପଲବ୍ଧ ନାହିଁ। ରୁଗ୍ଣ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଉକ୍ତ ଡାକଘର ଥିବା ବେଳେ ଏଥିପ୍ରତି ବ୍ରହ୍ମପୁର ମୁଖ୍ୟ ଡାକ ଅଧିକାରୀ ଦୃଷ୍ଟି ଦେବା ସହ ଡାକ ଭଳି ଏକ ସରକାରୀ ସଂସ୍ଥାକୁ କ୍ରିୟାଶୀଳ କରିବାକୁ ଦାବି ହେଉଛି।
Tuesday, January 16, 2018
ବେଗୁନିଆପଡ଼ା : କଞ୍ଚଣା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଅବ୍ଯବସ୍ଥାକୁ ନେଇ ତାତିଲେ ଗ୍ରାମବାସୀ।
ବେଗୁନିଆପଡ଼ା ନିକଟସ୍ଥ କଞ୍ଚଣାର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ଯବସ୍ଥାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ଆଜି ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇବା ସହ ସମାସ୍ଯାର ସ୍ଥାୟୀ ସମାଧାନ ନିମନ୍ତେ ଖଲ୍ଲିକୋଟ ଏ. ବି. ଓ କୁଂ ଡକାଇ ଥିଲେ। ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ୍ ସମୟରେ ଆସୁନଥିବା, ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ବ ଉପଯୁକ୍ତ ଭାବେ ତୁଲାନଉଥିବା, ବିଦ୍ୟାଳୟ କାର୍ଯ୍ୟ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋବାଇଲ୍ ଫୋନରେ ଗପିବା, ବିଦ୍ୟାଳୟକୁ ଆସୁଥିବା ଅନୁଦାନ ଗୁଡିକ ଖର୍ଚ୍ଚ ନ ହେବା ନେଇ ସ୍ଥାନୀୟ ସରପଞ୍ଚକଂ ସମେତ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ବିଇ ଓ କଂ ଉପସ୍ଥିତିରେ ୧୫ ଦିନ ମଧ୍ୟରେ ଏହି ସବୁ ସମାସ୍ଯାର ସମାଧାନ କରିବା ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକଙ୍କୁ ତାଗିଦ୍ କରାଯିବା ପରେ ଉତ୍ତେଜନା ହ୍ରାସ ପାଇଥିବା ବେଳେ ତୁରନ୍ତ ସମାସ୍ଯାକୁ ପ୍ରଶାସନ ଦୃଷ୍ଟି ଦେବା ସହ ଅନିୟମିତତା ଅଭିଯୋଗ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ବିଦ୍ୟାଳୟ କାର୍ଯ୍ୟ ନିୟମିତ ହୋଇଥିଲା।
Beguniapada
ବେଗୁନିଆପଡ଼ା : ବେଗୁନିଆପଡ଼ା ହନୁମାନ ବାଟିକାରେ ମକରସଂକ୍ରାନ୍ତି ଉପଲକ୍ଷେ ଦୀପଜଜ୍ଞ ଓ ଭଜନ ସମାରୋହ।
ବେଗୁନିଆପଡ଼ା ସରସ୍ବତୀ ଶିଶୁମନ୍ଦିର ନିକଟସ୍ଥ ହନୁମାନ ବାଟିକା ଠାରେ ମକରସଂକ୍ରାନ୍ତି ଉପଲକ୍ଷେ ପାଳିତ ହେଉଛି ଦୀପଜଜ୍ଞ। ମହାବୀର ବଜରଙ୍ଗ ବାଲିକଂ ବିଶାଳ ମୂର୍ତ୍ତି ନିକଟରେ ସୁନ୍ଦର ଭାବରେ ଦୀପକୁ ସାଜସଜ୍ଜା କରିବା ସହ ପୂଜାର୍ଚ୍ଚନା କରାଯାଇଛି। ହନୁମାନ ବାଟିକା କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ଶହ ଶହ ସଂଖ୍ଯାରେ ଶ୍ରଦ୍ଧାଳୁ ସମାଗମ ହୋଇଛନ୍ତି। ପୂଜାର୍ଚ୍ଚନା ଶେଷରେ ସୁନ୍ଦର ଭଜନ ସମାରୋହର ବନ୍ଦବୋସ୍ତ କରାଯାଇଛି।

Sunday, January 14, 2018
Thursday, January 11, 2018
ଖଣ୍ଡିଆନଈ ପଞ୍ଚାୟତରେ ଅନ୍ଧାରି ଶାସନ!! ଗ୍ରାମୀଣ ଆବାସ ଯୋଜନା କାହା ସ୍ବାର୍ଥରେ???
ବେଗୁନିଆପଡ଼ା : ଖଣ୍ଡିଆନଈ ପଞ୍ଚାୟତରେ ଅନ୍ଧାରି ଶାସନ!! ଗ୍ରାମୀଣ ଆବାସ ଯୋଜନା କାହା ସ୍ବାର୍ଥରେ???
ବେଗୁନିଆପଡ଼ା ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଗ୍ରାମୀଣ ଆବାସ ଗୃହ ହଡ଼ପ ଅଭିଯୋଗ ହୋଇଛି। ଗରିବ ଲୋକଙ୍କ ପାଇଁ ଆସୁଥିବା ଇନ୍ଦିରା ଆବାସ ଗୃହ ନେତା ଓ ଅଫିସର ମାନେ ଲାଞ୍ଚ ନେଇ ଧନୀ ଲୋକଙ୍କୁ ଦେଉଥିବା ଅଭିଯୋଗ ହେଉଛି। ତେବେ ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମରେ ଝାଟିମାଟି ଓ ନଡା ଛପର ଘରେ ଦୀର୍ଘ ଦିନ ଧରି ବସବାସ କରୁଥିବା ଗଣପତି ପ୍ରଧାନ, ନିହଲି ଭୂୟାଁ, ଭଗବାନ ଭୂୟାଁ, ଡମ୍ବରୁ ଭୂୟାଁ ବିପିଏଲ ପରିବାର ହୋଇଥିଲା ବେଳେ ବାରମ୍ବାର ଅଭିଯୋଗ ସତ୍ବେ ଏମାନଙ୍କୁ ଆବାସ ଗୃହ ମିଳିପାରିନାହିଁ। ସେପଟେ ଖଣ୍ଡିଆନଈ ରେ ଛାତ ଉପରେ ଇନ୍ଦିରା ଆବାସ ଗୃହ ନିର୍ମାଣ ହୋଇଥିବା, ବୀରଜଗନ୍ନାଥପୁର ରେ ପିତା- ପୁତ୍ର ଉଭୟଙ୍କୁ ଇନ୍ଦିରା ଆବାସ ମିଳିଛି। ଖାଲି ସେତିକି ନୁହେଁ ଦେଉଳିଆପଡା ଓ ତିରିଡା ରେ ଜାଲ୍ ଜମି ପଟ୍ଟା ରେ ମଧ୍ୟ ଆବାସ ଗୃହ ଯୋଗାଇବା ଉକ୍ତ ଯୋଜନାକୁ ହାଇଯାକ୍ କରାଯାଇଥିବା ଜଣାପଡିଛି।କାର୍ ଧକ୍କାରେ ଯୁବକ ଗୁରୁତର ଆହତ।
କୋଦଳା :
କୋଦଳା ମେଳି ସାହୁ ପେଟ୍ରୋଲ ପମ୍ପ ନିକଟରେ ଆଜି ଦିନ ୧୨ ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ସୁଧାଂଶୁ ଶେଖର ସାହୁ (୨୫)ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାକଂ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାକୁଂ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ କାର୍ ଚାଳକ ଚାଲାକି କରି ମେଡିକାଲ ଯିବା ବାହାନାରେ ଫେରାର ହୋଇଯାଇଥିବା ଜଣାପଡିଛି।Wednesday, January 10, 2018
୧୧ କେ. ଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର
କୋଦଳା :
କୋଦଳା ଲୁହାଶଂଖ ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।ସ୍ଥାନୀୟ ଅଶୋକ ମହାପାତ୍ରଙ୍କ ନୂତନ ନିର୍ମିତ ଘର ଛାତ ପଡିଥିଲା ବେଳେ ତାକଂ ପୁଅ ସନ୍ଦିପ (୧୮) ଛାତ ଉପରକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।ସନ୍ଦିପ ଭୂବନେଶ୍ବର ଠାରେ ପାଠ ପଢୁଥିବା ବେଳେ ଏବେ ଗାଁ କୁ ଆସିଥିଲେ। ଛାତ ଉପରେ ପାଣି ପକାଉଥିବା ବେଳେ ବିଦ୍ୟୁତ ତାର ମୁଣ୍ଡରେ ଲାଗି ମୁଣ୍ଡକୁ ଶକ୍ତ ଆଘାତ ଲାଗି କଚାଡି ପଡିଥିଲେ। ତତ୍ କ୍ଷଣାତ୍ ତାକୁଂ କୋଦଳା ଏବଂ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କୋଦଳା ଓ ଆଖପାଖ ଅଞ୍ଚଳରେ ବହୁ ବିଦ୍ୟୁତ ତାର ଘର ଉପର ଦେଇ ଯାଇଥିବା ବେଳେ ସାଉଥକୋ ଉପଯୁକ୍ତ ବ୍ଯବସ୍ଥା କରୁନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ଏବେ ଚାପା ଉତ୍ତେଜନା ଲାଗି ରହିଛି ଏବଂ ଆହତ ସନ୍ଦିପର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅଞ୍ଚଳବାସୀ।

Friday, January 5, 2018
ଭୂତକୋଠି ପାଲଟିଛି ମଠସରସିଂ ଶୌଚାଳୟ
ବେଗୁନିଆପଡ଼ା : ଭୂତକୋଠି ପାଲଟିଛି ମଠସରସିଂ ଶୌଚାଳୟ!!
ସରକାର ସ୍ବଛ ଭାରତ ମିଶନ୍ ଜରିଆରେ କୋଟି କୋଟି ଟଙ୍କା ବିନିଯୋଗ କରିବା ସହ ଗାଁ ଗାଁ ରେ ଶୌଚାଳୟ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଏବଂ ବିଭିନ୍ନ ଯାଗାରେ ଗୋଷ୍ଠୀ ଭିତ୍ତିକ ସର୍ବସାଧାରଣ ଶୌଚାଳୟ ମଧ୍ୟ ନୁତନ ଭାବେ ନିର୍ମାଣ କରାଯାଉଛି। କିନ୍ତୁ ଦୁଃଖର କଥା ମଠସରସିଂ ଠାରେ ଥିବା ଶୌଚାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି। ପ୍ରଶାସନ ପକ୍ଷରୁ ଆନ୍ତରିକତା ଅଭାବରୁ ଏଭଳି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ଶୌଚାଳୟର ପୁନରୁଦ୍ଧାର କରାଯିବା ସହ ସ୍ଥାୟୀ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।Thursday, January 4, 2018
କୋଦଳାରେ ଅବକାରୀ ଚଢାଉ : ବିପୁଳ ପରିମାଣର ବେଆଇନ୍ ଦେଶୀ ମଦ ସହ ୭ ଗିରଫ।
କୋଦଳାରେ ଅବକାରୀ ଚଢାଉ : ବିପୁଳ ପରିମାଣର ବେଆଇନ୍ ଦେଶୀ ମଦ ସହ ୭ ଗିରଫ।
କୋଦଳା ଠାରେ ଜିଲ୍ଲା ଅବକାରୀ ବିଭାଗ ଓ ଖଲ୍ଲିକୋଟ ଅବକାରୀ ବିଭାଗ କର୍ମଚାରୀ ମାନଙ୍କ ମିଳିତ ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଦେଶୀ ମହୁଲି ମଦ ଜବତ ସହ ଏହି ବେଆଇନ୍ କାରବାରରେ ଲିପ୍ତ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରେ ମହିଳା ଗୋଷ୍ଠୀ ମାନଙ୍କ ତରଫରୁ ମଦ ବିରୋଧୀ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଉକ୍ତ ଅଞ୍ଚଳରେ ପୋଲିସ୍ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ତେବେ ଅବକାରୀ ବିଭାଗର ଏହି ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି।

Monday, January 1, 2018
Kodala Beguniapada news
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ।
ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକାଲି ରାତିରେ ହାତୀ ଉପଦ୍ରବରେ ଧାନ ଫସଲ ସହ ବହୁ ଛୋଟବଡ଼ ଗଛ ନଷ୍ଟ ହୋଇଥିବା ବେଳେ ଆତକଂରେ ଗ୍ରାମବାସୀ। ସୂଚନା ଅନୁଯାୟୀ ଗତ ରାତି ୮ ପରେ ୬/୭ ଟି ହାତୀ ଅଚାନକ ଗ୍ରାମର ଶେଷ ସୀମା ଆଡୁ ଧସେଇ ଆସି ଫସଲକୁ ନଷ୍ଟ କରିବା ସହ ଫସଲ କ୍ଷେତ ନଷ୍ଟ କରିଦେଇଛନ୍ତି।ନୂଆ କରି ଖୋଲାଯାଇଥିବା ନଳକୂପକୁ ମଧ୍ୟ ଦଳି ଦେଇଛନ୍ତି ହାତୀପଲ। ଖବର ପାଇ ସୁମଂଡଳ ଓ ଖଲ୍ଲିକୋଟ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚିବା ସହ ଲୋକଙ୍କ ସାହାଯ୍ୟରେ ହାତୀ ଘଉଡାଇ ଥିଲେ।

Subscribe to:
Posts (Atom)
ପାଇଖାନାରେ ଟାଙ୍କିରେ ପଡ଼ି ଆହତ ଯୁବକଙ୍କ ମୃତ୍ୟୁ
Kodala beguniapada news 6 122 ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ବାରିପଟେ ଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଗୁରୁତର ଆହତ ହୋଇଥିବା...
-
ବେଗୁନିଆପଡ଼ା : ବର୍ଷ ଶେଷରେ ଅଘଟଣ!! ହାତୀ ଉପଦ୍ରବରେ ଆତକଂ ପାଇକପଡା ଗ୍ରାମବାସୀ। ବେଗୁନିଆପଡ଼ା ବ୍ଲକର ବଡ଼ ଖଇରିଖମା ପଞ୍ଚାୟତର ପାଇକପଡା ଗ୍ରାମରେ ଗତକ...
-
ଖଲ୍ଲିକୋଟ,ତା11/03/2018, ଖଲ୍ଲିକୋଟ ତହସିଲ ଅନ୍ତର୍ଗତ କହ୍ନେଇ ପୁର ରାଜସ୍ୱ ସର୍କଲରେ ବେଆଇନ୍ ପୋଡା ଇଟା ଭାଟି ଚାଲିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ଯୁନାଲ୍ ପୋଡା ଇଟା ...
-
.ବିବିଧତା ଓ ଅଖଣ୍ଡ ଭାରତ ମଧ୍ୟରେ ଆମେ ସମସ୍ତେ ଏକତ୍ର। ଆମେ ସଭିଏଁ ଭାଇ-ଭାଇ। ୧୯୫୦ ମସିହା ଜାନୁଆରୀ ୨୬ ରେ ଆମ ସମ୍ବିଧାନର ଜନ୍ମ। ଏହିଦିନ ଠାରୁ ଆମ ଦେଶର ସ...